ମୁଖ୍ୟ ଖବର
ନୂଆଦିଲ୍ଲୀ: ଦିଲ୍ଲୀର ବାରାପୁଲା ଫ୍ଲାଇଓଭରରେ ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହେବା ସହ ୬ ଗୁରୁତର ଆହତ ହୋଇଛନ୍ତି। ୧୨ ଜାନୁଆରୀ ବିଳମ୍ବିତ ରାତିରେ ଦୁର୍ଘଟଣା ନେଇ ପିସିଆର୍ କଲ୍ ଜରିଆରେ ସୂଚନା ମିଳିଥିଲା। ଏକ ଏସୟୁଭି ଡିଭାଇଡରରେ ପିଟି ହୋଇ ଓଲଟି ପଡିବା ଫଳରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଗାଡିରେ ସମୁଦାୟ ୭ ଜଣ ଯାତ୍ରା କରୁଥିବା ସମୟରେ ୬ ଗୁରୁତରଙ୍କ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ଗାଡି ବରାପୁଲା ଫ୍ଲାଇଓଭର ଶେଷରେ ରିଂ ରୋଡ ଦିଗରେ ଯାଉଥିବା ସମୟରେ ଡିଭାଇଡରରେ ପିଟି ହୋଇ ଓଲଟି ପଡିଥିଲା। ପୁଲିସ ଦୁର୍ଘଟଣାକୁ ନେଇ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୬, ୨୮୧ ଓ ୧୨୫ ଅନୁସାରେ ମାମଲା ରୁଜୁ କରିଛି।
Comments ସମସ୍ତ ମତାମତ