ମୁଖ୍ୟ ଖବର
କଟକ: ବାଟେ ବାଟେ ଯାଉଥିଲା କାର୍ । ଅଚାନକ୍ କଣ୍ଟ୍ରୋଲ ହରାଇଥିଲା । ଘନ କୁହୁଡିରେ ଭାରସାମ୍ୟ ହରାଇ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ସିଧା ରାସ୍ତାରୁ କେନାଲରେ ପଡ଼ି ଓଲଟି ପଡିଛି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର । କଟକ ଜିଲ୍ଲା ସାଲେପୁର ଲେଖନପୁର ବାଜରା ନିକଟ ପଟ୍ଟାମୁଣ୍ଡାଇ କେନାଲରେ ଦୁର୍ଘଟଣା ଦେଖିବାକୁ ମିଳିଛି । ଡ୍ରାଇଭରଙ୍କୁ ସ୍ଥାନୀୟ ଲୋକେ ସୁରକ୍ଷିତ ଉଦ୍ଧାର କରିଛନ୍ତି ।ରବିବାର ବିଳମ୍ବିତ ରାତିରେ ଘନ କୁହୁଡିରେ ଭାରସାମ୍ୟ ହରାଇ କାର୍ଟି କେନାଲକୁ ଖସି ପଡିଥିଲା । ଡ଼୍ରାଇଭରକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ସ୍ତାନୀୟ ଲୋକେ । ସୂଚନାମୁତାବକ ବିଳମ୍ବିତ ରାତିରେ ଲଳିତଗିରିରୁ ଭୁବନେଶ୍ୱର ଯାଉଥିବା ସମୟରେ ଲେଖନପୁର ବାଜରା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘନ କୁହୁଡିରେ ଭାରସାମ୍ୟ ହରାଇ ପଟ୍ଟାମୁଣ୍ଡାଇ କେନାଲ ଭିତରକୁ କାର୍ଟି ଖସି ପଡିଛି । ଖବର ପାଇ ଜପକୁଦ ଫାଣ୍ଡି ଅଧିକାରୀ ଭିଷ୍ମ ଚରଣ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ନେଇ ସୂଚନା ମିଳିଛି ।
Comments ସମସ୍ତ ମତାମତ