Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କଣ୍ଟେନକୁ ଧକ୍କା ଦେଲା କାର୍ : ଚାରି ମୃତ

    Share on :
    ajab-Image
    Date: Jan 11, 2026    Views: 2521

    ବିହାରର ରାଜଧାନୀ ପାଟନାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ପାର୍କିଂ କଣ୍ଟେନରକୁ ଧକ୍କା ଦେଲା ସ୍କୋର୍ପିଓ । ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଲୋକ ଆହତ ହୋଇଛନ୍ତି । ଏହି ଘଟଣା ବାର ଉପଖଣ୍ଡର ବଖତିୟାରପୁର ମୋକାମା ଚାରି ଲେନରେ ଘଟିଛି ।
    ଦେଖଣାହାରୀ କହିବାନୁଯାୟୀ, ଦୁଇଟି ଗାଡ଼ି ଏକ ପାର୍କିଂ ହୋଇଥିବା କଣ୍ଟେନର ସହିତ ଧକ୍କା ହୋଇଥିଲା । ଯେଉଁଥିରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା ଓ ଅନେକ ଆହତ ହୋଇଥିଲେ । ଘନ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଛି  । ଘନ କୁହୁଡ଼ି ଯୋଗୁଁ ଠିଆ ହୋଇଥିବା ଏକ କଣ୍ଟେନରକୁ ଧକ୍କା ହୋଇଥିଲା ସ୍କୋର୍ପିଓ । ତା’ପରେ ଏହା ପଛରେ ଆସୁଥିବା ଅନ୍ୟ ଦୁଇଟି ଗାଡ଼ି ପରସ୍ପର ସହିତ ଧକ୍କା ହୋଇଥିଲା । ଗୋଟିଏ ଗାଡ଼ି କଣ୍ଟେନରରେ ଫସି ଯାଇଥିଲା ।
    ମୃତ୍ୟୁବରଣ କରିଥିବା ଚାରି ଜଣ ବ୍ୟକ୍ତି ଗୋଟିଏ ଗାଡ଼ିରେ ଯାତ୍ରା କରୁଥିଲେ । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଆଠମାଗୋଲା ପୋଲିସ ଷ୍ଟେସନର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ହାଇୱେରେ ଏକ କିଲୋମିଟର ରାସ୍ତା ଜାମ ହୋଇ ଯାଇଥିଲା । ପୋଳଇସ ପହଞ୍ଚି ରାସ୍ତା ଖାଲି କରିଥିଲା । କ୍ଷତିଗ୍ରସ୍ତ ଯାନଗୁଡ଼ିକୁ ରାସ୍ତା ପାର୍ଶ୍ୱକୁ ସ୍ଥାନାନ୍ତର କରାଯାଇଥିଲା। ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ପୋଲିସ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲା। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook