ମୁଖ୍ୟ ଖବର
ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଗୋକର୍ଣପୁର ଗ୍ରାମରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ଘରୋଇ ବସ୍ ଧକ୍କାରେ ଯୁବକ ମୃତ । ମୃତ ଯୁବକ ହେଉଛନ୍ତି ବାଜପଲ୍ଲି ଗ୍ରାମର ଡି.ରଇତ ଦୋରା । ସୂଚନା ମୁତାବକ, ରଇତ ନିଜ ବାଇକ୍ ଯୋଗେ ପରିବା ଆଣିବାକୁ ମାର୍କେଟ ଯାଉଥିଲା । ସେହି ସମୟରେ ଦୃତଗତିରେ ବୀଣାପାଣି ନାମକ ଏକ ଘରେୋଇ ବସ୍ ପଛପଟୁ ଆସି ଧକ୍କା ଦେଇଥିଲା । ଫଳରେ ଘଟଣସ୍ଥଳରେ ହିଁ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ବସକୁ ଅଟକାଇ ହୋହାଲ୍ଲା କରିଛନ୍ତି । ଉତ୍ତେଜନା ପରିସ୍ଥିତ ସୃଷ୍ଟି ହୋଇଥିବା ବେଳେ ଦିଗପହଣ୍ଡି ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି। ସେପଟ ରଇତଙ୍କ ଦୁର୍ଘଟଣାରେ ମୃତ୍ୟୁକୁ ନେଇ ପରିବାର ଲୋକେ ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ ମୃତଦେହକୁ ରାସ୍ତାରେ ରଖି ପ୍ରତିବାଦ କରିଛନ୍ତି।
Comments ସମସ୍ତ ମତାମତ