Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଘରକୁ ପିଟିଲା ବସ୍, ଅଳ୍ପକେ ବର୍ତ୍ତିଗଲେ ୪୦ ଯାତ୍ରୀ

    Share on :
    ajab-Image
    Date: Jan 9, 2026    Views: 3330

    ମନମୁଣ୍ଡା: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଘରକୁ ପିଟିଲା ଯାତ୍ରୀବାହୀ ବସ୍ । ଅଳ୍ପକେ ବର୍ତ୍ତିଗଲେ ୪୦ ଯାତ୍ରୀ । ସୂଚନା ମୁତାବକ, ଯାତ୍ରୀବାହୀ ବସଟି ଭୁବନେଶ୍ୱରରୁ ବଲାଙ୍ଗୀର ଯାଉଥିଲା ଯାଉଥିଲା । ହେଲେ ୫୭ ନମ୍ବର ଜାତୀୟ ରାଜପଥର ମନମୁଣ୍ଡା ଥାନା ବାସୁଦେବପାଲି ଠାରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଘରକୁ ପିଟିଥିଲା। ବସରେ ବସିଥିବା ପ୍ରାୟ ୪୦ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରେ ମନମୁଣ୍ଡା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook