Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଅଜଣା ଗାଡ଼ି ଧକ୍କାରେ ମହିଳା ମୃତ

    Share on :
    ajab-Image
    Date: Jan 1, 2026    Views: 2523

    ଲାଞ୍ଜିଗଡ଼: ବର୍ଷ ଆରମ୍ଭରୁ ଏକ ଦୁଃଖଦ ଘଟଣା ଘଟିଛି। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଆଶ୍ରମପଡ଼ା ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବିଧବା ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ଲାଞ୍ଜିଗଡ଼ ପଞ୍ଚାୟତ ଅନ୍ତର୍ଗତ ଜାମଚୁଆ ଗ୍ରାମର ସ୍ବର୍ଗତ ସାଇବ ମାଝୀର ପତ୍ନୀ ମଲ (୫୫)।

    ସୂଚନାନୁସାରେ, ମୃତ ମଲ କୌଣସି କାମରେ ଗାଁର ଲକ୍ଷ୍ମୀ ମାଝୀ ସହିତ ଜାମଚୁଆ ଗାଁରୁ ଲାଞ୍ଜିଗଡ଼ରୁ ଆଶ୍ରମପଡ଼ା ଆଡ଼କୁ ଯାଉଥିବା ସମୟରେ ପଛପଟୁ ଲାଞ୍ଜିଗଡ଼ ଆଡୁ କୌଣସି ଏକ କାର୍‌ ଦ୍ରୁତଗତିରେ ଆସି ଧକ୍କା ଦେଇଥିବା ବେଳେ ୧୦ ମିଟର ଦୂରକୁ ମହିଳା ଜଣକ ଛିଟିକି ପଡ଼ିଥିବା ବେଳେ ସେଇଠାରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଧକ୍କା ଦେଇଥିବା ଗାଡ଼ି ସେଠାରୁ ଫେରାର ହୋଇଯାଇଥିଲା। ଖବର ଶୁଣି ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ କ୍ଷତିପୂରଣ ଓ ମୃତ ମହିଳାଙ୍କୁ ନ୍ୟାୟ ଦାବିରେ ରାସ୍ତା ଉପରେ ଶବ ରଖି ଲାଞ୍ଜିଗଡ଼ିଠାରୁ ବିଶ୍ୱନାଥପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଦୁର୍ଘଟଣା ଦେଖି ନିକଟସ୍ଥ ଲୋକେ ଲାଞ୍ଜିଗଡ଼ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଲାଞ୍ଜିଗଡ଼ ଥାନାଧିକାରୀ ଯଶୋବନ୍ତ ହିଆଲଙ୍କ ନେତୃତ୍ୱରେ ଏସ୍‌ଆଇ ଡୋଳାମଣି ବିଶି, ଏଏସ୍‌ଆଇ ବଳଭଦ୍ର ଗୌଡ଼ ପୋଲିସ ବଳ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook