Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କାର୍‌ ଉପରେ ଓଲଟି ପଡିଲା ଟ୍ରେଲର, ୪ ମୃତ

    Share on :
    ajab-Image
    Date: Dec 19, 2025    Views: 3593

    ନୂଆଦିଲ୍ଲୀ: ରାଜସ୍ଥାନର ବୁନ୍ଦି ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ବାପା, ଦୁଇ ଦାଦା ଓ ଭାଇ ସମେତ ୪ ଜଣଙ୍କର ମୃତ୍ୟୁ ହୋଇଛି । ଗୋଟିଏ ପରିବାରର ୪ ଜଣଙ୍କୁ ହରାଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।

    ଜୟପୁର-କୋଟା ଜାତୀୟ ରାଜପଥ ବୁନ୍ଦି ଜିଲ୍ଲାର ସିଲୋର କଲଭର୍ଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଟୋଙ୍କର ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି । ଟାୟାର ଫାଟି ଯିବାକୁ ନୟନ୍ତ୍ରଣ ହରାଇଥିଲା ଟ୍ରେଲର । ଏହାପରେ ଏକ କାର୍‌ ଉପରେ ଓଲଟିପଡିଥିଲା । ଏଥିରେ ୪ ଜଣଙ୍କର ଜୀବନ ଦୀପ ଲିଭି ଯାଇଛି । ପରିବାର ଲୋକଙ୍କୁ ଏହି ଦୁଃଖଦ ଘଟଣା ବିଷୟରେ ସୂଚନା ମିଳିବା ମାତ୍ରେ ସେମାନେ ତୁରନ୍ତ ବୁନ୍ଦି ଅଭିମୁଖେ ଯାତ୍ରା କରିଥିଲେ । ରାସ୍ତା ନୀରବି ଯାଇଥିଲା । ଶୋକରେ ବୁଡିଥିଲା ସମଗ୍ର ଅଞ୍ଚଳ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମୃତ ମୋଇନୁଦ୍ଦିନଙ୍କ ଝିଅର ବିବାହ ଜାନୁଆରୀ ୩ ୨୦୨୬ରେ ଟୋଙ୍କରେ ହେବାର ଥିଲା । ଘରେ ବିବାହ ପ୍ରସ୍ତୁତି ଚାଲିଥିଲା । ସେମାନଙ୍କ ମାଉସୀଙ୍କ ନାତିଙ୍କ ଜନ୍ମଦିନ ପାର୍ଟିରେ ଯୋଗଦେବା ପାଇଁ କୋଟା ଯାଉଥିଲେ । ହେଲେ ଦୁର୍ଘଟଣା ସବୁ କିଛି ଛାରଖାର କରିଦେଲା । ମୃତକମାନେ ହେଲେ ଶାଗିଦ ପେଶା ଅଞ୍ଚଳ ନିବାସୀ ୩ ଭାଇ ଫରିଦୁଦ୍ଦିନ, ଆଜିମୁଦ୍ଦିନ ଏବଂ ମୋଇନୁଦ୍ଦିନ ତାଙ୍କ ପୁଅ ସାମିଉଦ୍ଦିନ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook