ମୁଖ୍ୟ ଖବର
ଧର୍ମଗଡ଼: କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ କେବିଡ଼ି ବିଜୁ ଏକ୍ସପ୍ରେସ ଛକରୁ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଆଜି(ସୋମବାର) ପୂର୍ବାହ୍ନରେ ଏକ ସଫାରୀ ଗାଡି ସ୍କୁଟିକୁ ଧକ୍କା ଦେଇଛି । ଦୁର୍ଘଟଣାରେ ସ୍କୁଟିରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।
ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଭବାନୀପାଟଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ନେଉଥିବା ବେଳେ ରାସ୍ତାରେ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଧର୍ମଗଡ ଥାନା ଅନ୍ତର୍ଗତ ଥନଟ ଗାଁର ଲିଙ୍ଗରାଜ ଦୁର୍ଗା ଏବଂ ଲଳିତ ତାଣ୍ଡି ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଲିଙ୍ଗରାଜ ଏବଂ ତାଙ୍କ ସାଙ୍ଗ ଲଳିତ ତାଣ୍ଡି ତାଙ୍କ ଗାଁ ଥନଟରୁ ଧର୍ମଗଡକୁ ସ୍କୁଟି ଯୋଗେ ଆସୁଥିବା ବେଳେ ଏକ ସଫାରୀ ତାଙ୍କୁ ଆସି ବିଜୁ ଏକ୍ସପ୍ରେସ ୱେ କେବିଡି ଛକରେ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଦେଖାଦେଇଛି । ଧର୍ମଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସଫାରୀ ଗାଡି ଡ୍ରାଇଭରକୁ ଅଟକ ରଖି ଲୋକଙ୍କୁ ବୁଝାସୁଝା କରୁଛି ।
Comments ସମସ୍ତ ମତାମତ