Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଦୋକାନ ଉପରକୁ ମାଡ଼ିଗଲା ଟ୍ରକ୍, ୩ ମହିଳା ଗୁରୁତର

    Share on :
    ajab-Image
    Date: Sep 30, 2025    Views: 4383

    ବାରିପଦା : ଦୋକାନ ଉପର ମାଡ଼ିଗଲା ଟ୍ରକ୍। ୩ ମହିଳା ଗୁରୁତର। ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ବଜାରରେ ସୋମବାର ବିଳମ୍ଵିତ ରାତିରେ ଏଭଳି ଘଟଣା ଘଟିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ, ସୋମବାର ବିଳମ୍ଵିତ ରାତିରେ ବାରିପଦା ପଟୁ ଜାମଶୋଳା ଅଭିମୁଖେ ଯାଉଥିବା ଏକ ମାଲ୍ ବୋଝେଇ ଟ୍ରକ୍ ଝାରପୋଖରିଆ ବଜାରରେ ୭ଟି ଦୋକାନ ଘର ଉପରକୁ ମାଡ଼ି ଯାଇଥିଲା। ଫଳରେ ୩ ଜଣ ମହିଳା ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପିଆରଏମ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ୧୮ ନମ୍ବର ଓ ୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ୧୮ନଂ ଓ ୪୯ନଂ ଜାତୀୟ ରାଜପଥର ସଂଯୋଗ ସ୍ଥଳ ଗୋଲେଇ ଉପରରେ ଓଭରବ୍ରିଜ ନିର୍ମାଣ ଅଧପାନ୍ତରିଆ ଭାବେ ପଡ଼ିରହିଥିବା ଦ୍ଵାରା ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି।

    Maximum 500 characters

    ତାଜା ଖବର View all

    Find Us on Facebook