Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଟ୍ରକ-କାର୍ ଧକ୍କାରେ ଗୋଟିଏ ପରିବାରର ୭ ସଦସ୍ୟ ମୃତ

    Share on :
    ajab-Image
    Date: Sep 17, 2025    Views: 3349

    ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ନେଲ୍ଲୋର ଜିଲ୍ଲାରେ ବୁଧବାର ଏକ ହୃଦୟ ବିଦାରକ ସଡକ ଦୁର୍ଘଟଣା ଘଟିଛି, ଯେଉଁଥିରେ ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାଟି ଟ୍ରକ-କାର ମୁହାଁମୁହିଁ ହେବା କାରଣରୁ ହୋଇଛି । ପୋଲିସର ସୂଚନା ଅନୁସାରେ , ଏହି ଦୁର୍ଘଟଣା ସଙ୍ଗମ ମଣ୍ଡଳ ନିକଟରେ ହୋଇଛି, ଯେତେବେଳେ କି ବାଲି ବୋଝେଇ ହୋଇଥିବା ଏକ ଟ୍ରକ ବିପରିତ ଦିଗରୁ ଆସୁଥିଲା ଏବଂ ଏହି ସମୟରେ କାର୍‌କୁ ଧକ୍କା ଦେଇଥିଲା।

    ଏହି ଭୟଙ୍କର ଦୁର୍ଘଟଣାରେ କାରରେ ଥିବା ସମସ୍ତ ୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଦୁର୍ଘଟଣା ପଛରେ ଟ୍ରକ ଚାଲକର ଦାୟିତ୍ବହୀନତା ନା ଅନ୍ୟ କୌଣସି କାରଣ ରହିଛି ତାହା ତଦନ୍ତ ଜାରି ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ଜଣେ ୧୫ ବର୍ଷିୟ ନାବାଳକ ସାମିଲ ରହିଛି। କୁହାଯାଉଛି କି ପୀଡିତ ମାନେ ନେଲ୍ଲୋର ସହରର ବାସିନ୍ଦା ଥିଲେ,ଏମାନେ ତାଙ୍କ ସମ୍ପର୍କିୟଙ୍କୁ ଭେଟିବାକୁ ଆତ୍ମକୁର ସରକାରୀ ହସ୍ପିଟାଲ ଯାଉଥିଲେ ।

    ତେବେ ଦୁର୍ଘଟଣା ପରେ ଟ୍ରକ ଚାଳକ ତୁରନ୍ତ ଫେରାର୍ ହୋଇଯାଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।       

    Maximum 500 characters

    ଦେଶ ବିଦେଶ View all

    Find Us on Facebook