Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଟ୍ରାକ୍ଟର ଧକ୍କାରେ ମହିଳା ମୃତ

    Share on :
    ajab-Image
    Date: Sep 3, 2025    Views: 3207

    ଚିକିଟି: ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ଚିକିଟିପେଣ୍ଠ ମୁଖ୍ୟ ରାସ୍ତାରେ ବୁଧବାର ସକାଳ ପ୍ରାୟ ୮ ଟା ସମୟରେ ଏକ ସାର ବୋଝେଇ ଟ୍ରାକ୍ଟର ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମହିଳାଙ୍କ ସ୍ବାମୀ ମଧ୍ୟ ଗୁରୁତର ଆହାତ ହୋଇଛନ୍ତି। ମୃତକ ଜଣକ ହେଲେ ଦିଗପହଣ୍ଡି ବ୍ଲକ ଜକର ଗ୍ରାମର ପଦ୍ମା ସେଠୀ (୪୭)। ସ୍ବାମୀ ପ୍ରଦୀପଙ୍କ ସହ ବାଇକରେ ବସି ପଦ୍ମା ନିଜ ଗ୍ରାମରୁ ଚିକିଟିଗଡ଼ ଜଗନ୍ନାଥ ମନ୍ଦିରକୁ ଦର୍ଶନ କରିବା ପାଇଁ ଯାଉଥିବା ବେଳେ ପଛପଟୁ ଆସୁଥିବା ଏକ ସାର ବୋଝେଇ ଟ୍ରାକ୍ଟର ଚିକିଟି ବସଷ୍ଟାଣ୍ଡ ନିକଟରେ ପଛପଟୁ ଧକ୍କା ଦେଇଥିଲା। ଫଳରେ ଉଭୟେ ରାସ୍ତାରେ ଛିଟ୍‌କି ପଡ଼ିଥିଲେ। ଉଭୟଙ୍କୁ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପଦ୍ମାଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରଦୀପଙ୍କୁ ପ୍ରାଥମିକ ଚିକିତ୍ସାପରେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଚିକିଟି ଫାଣ୍ଡି ଅଧିକାରୀ ଗୌତମ ସାହୁ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଜବତ କରିବା ପରେ ସ୍ବାସ୍ଥ୍ୟକେନ୍ଦ୍ରରୁ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡମେଡିକାଲକୁ ପଠାଇଛନ୍ତି। ଟ୍ରାକ୍ଟର ଚାଳକ ଫେରାର ଥିବା ଜଣାପଡିଛି।

    Maximum 500 characters

    ତାଜା ଖବର View all

    Find Us on Facebook