ମୁଖ୍ୟ ଖବର
ମୁମ୍ଵାଇ: ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ହୃଦୟ ବିଦାରକ ଘଟଣା ନାସିକ୍ରୁ ଆସିଛି। କାର ଏବଂ ବାଇକ୍ ମଧ୍ୟରେ ଭୟଙ୍କର ଧକ୍କା ହୋଇଥିଲା। ଏହି ଧକ୍କାରେ ସାତ ଜଣଙ୍କର ମୃତ୍ୟୁ ହୋଇଛି। ଆଉ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ କହିଛି ଯେ ବୁଧବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।
ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ପୋଲିସ ରାତି ୧୧.୫୭ ସମୟରେ ବାଣୀ-ଡିଣ୍ଡୋରି ରାସ୍ତାରେ ଏକ ନର୍ସରୀ ନିକଟରେ ସଡ଼କ ଦୁର୍ଘଟଣା ବିଷୟରେ ସୂଚନା ପାଇଥିଲେ। କୁହାଯାଉଛି କି ଦ୍ରୁତ ଗତି ଯୋଗୁଁ କାର-ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଉଭୟ ଗାଡ଼ି ପିଟି ହୋଇ ନାଳକୁ ଖସିପଡିଥିଲା । ଘଟଣାସ୍ଥଳରେ ବହୁତ ଚିତ୍କାର ଶୁଣିବା ପରେ ଲୋକମାନେ ତୁରନ୍ତ ପୋଲିସ ଏବଂ ଆମ୍ବୁଲାନ୍ସକୁ ଖବର ଦେଇଥିଲେ।
କାରରେ ମୋଟ ୫ ଜଣ ଥିବା ବେଳେ ବାଇକ୍ରେ ଦୁଇଜଣ ଯୁବକ ଥିଲେ। ସମସ୍ତଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଉଭୟ ଗାଡ଼ି ରାସ୍ତା ପାର୍ଶ୍ୱରେ ଥିବା ଛୋଟ ନାଳରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏବେ ପୋଲିସ ଘଟଣା ତଦନ୍ତ ଆରମ୍ଭ କରିଛି।
Comments ସମସ୍ତ ମତାମତ