ମୁଖ୍ୟ ଖବର
ନୂଆଦିଲ୍ଲୀ: ଆମେରିକାର ଆଟଲାଣ୍ଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର୍ ସହ ଧକ୍କା ହେଲା ମିନି ଟ୍ରକ । ଫଳରେ କାରଟିରେ ନିଆଁ ଲାଗିଯିବାରୁ ଗୋଟିଏ ପରିବାରର ୪ ଜଣ ଜୀବନ୍ତ ଦଗ୍ଧ । ତେବେ ମୃତକମାନେ ହାଇଦ୍ରାବାଦର ବୋଲି ଜଣାପଡ଼ିଛି । ସୂଚନା ମୁତାବକ, ମୃତ ତେଜସ୍ୱିନୀ ଏବଂ ଶ୍ରୀଯୁକ୍ତ ଭେଙ୍କଟ ଓ ସେମାନଙ୍କର ଦୁଇ ପିଲା ଡାଲାସରୁ ଛୁଟି ସମୟରେ ଆଟଲାଣ୍ଟାରେ ଥିବା ସମ୍ପର୍କୀୟଙ୍କୁ ଭେଟିବାରୁ ଯାଇଥିଲେ। ଗୋଟିଏ ସପ୍ତାହ ପରେ, ଆଟଲାଣ୍ଟାରୁ ଡାଲାସ ଫେରୁଥିବା ସମୟରେ, ମଧ୍ୟରାତ୍ରିରେ ସେମାନଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ସ୍ଥାନୀୟ ପୋଲିସର ସୂଚନା ଅନୁଯାୟୀ, ରାସ୍ତାର ଭୁଲ ପାର୍ଶ୍ୱରେ ଯାଉଥିବା ଏକ ମିନି ଟ୍ରକ୍ ସେମାନଙ୍କ କାର ସହିତ ଧକ୍କା ଦେଇଥିଲା। ଧକ୍କା ହେବା ମାତ୍ରେ କାରଟିରେ ନିଆଁ ଲାଗିଗଲା ଏବଂ ଏଥିରେ ଥିବା ଚାରିଜଣ ଲୋକ ଜଳିଯିବାରୁ ସମସ୍ତଙ୍କ ମୃତ୍ୟୁ ହୋଇଥିଲା। ସେପଟେ ଏହି ଘଟଣାର ଖବର ପାଇ ପରିବାରରେ ଦୁଃଖର ଲହରୀ ଖେଳିଯାଇଛି।
ପ୍ରକାଶ ଥାଉକି, ମେ ୧୦ ତାରିଖରେ ନ୍ୟୁୟର୍କରେ ଏକ ସଡ଼କ ଦୁର୍ଘଟଣାରେ ଦୁଇଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। କ୍ଲିଭଲ୍ୟାଣ୍ଡ ଷ୍ଟେଟ୍ ୟୁନିଭରସିଟିରେ ପଢ଼ୁଥିବା ଦୁଇ ଭାରତୀୟ ଛାତ୍ର ୨୦ ବର୍ଷୀୟ ମାନବ ପଟେଲ ଏବଂ ୨୩ ବର୍ଷୀୟ ସୌରଭ ପ୍ରଭାକର -ନ୍ୟୁୟର୍କରେ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ।
Comments ସମସ୍ତ ମତାମତ