Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସ୍କୁଲ ଭ୍ୟାନକୁ ଧକ୍କା ଦେଲା ଟ୍ରେନ: ୨ ମୃତ

    Share on :
    ajab-Image
    Date: Jul 8, 2025    Views: 3974

    ତାମିଲନାଡୁ :ମଙ୍ଗଳବାର ସକାଳୁ ସକାଳୁ ତାମିଲନାଡୁରେ ଗୋଟିଏ ଭୟଙ୍କର ଦୁର୍ଘଟଣା ଘଟିଛି। କୁଡାଲୋର ନିକଟ ସେମ୍ମାନକୁପ୍ପାମ ଠାରେ ଗୋଟିଏ ସ୍କୁଲ ଭ୍ୟାନକୁ ଦ୍ରୁତଗାମୀ ଟ୍ରେନ ଧକ୍କା ଦେଇଛି। ଏଥିରେ ୨ ଜଣ ଶିକ୍ଷାର୍ଥୀଙ୍କ ଜୀବନ ଯାଇଥିବା ବେଳେ ଆଉ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ କୁଡାଲୋର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ବେଳେ ସ୍କୁଲ ଭ୍ୟାନରେ ୫ ଜଣ ଶିକ୍ଷାର୍ଥୀ ଓ ଡ୍ରାଇଭର ରହିଥିଲେ।ସ୍ଥାନୀୟ ଅଧିକାରୀଙ୍କ କହିବା କଥା ଯେ ମଙ୍ଗଳବାର ସକାଳୁ ସ୍କୁଲ ଭ୍ୟାନଟି ୫ ଜଣ ଶିକ୍ଷାର୍ଥୀଙ୍କୁ ଧରି ସେମ୍ମାନକୁପ୍ପାମ ଦେଇ ଯାଇଥିବା ରେଳ ଧାରଣାକୁ ପାର କରୁଥିଲା। ଡ୍ରାଇଭର ଜଣଙ୍କ ଗାଡ଼ିକୁ ରେଳ ଧାରଣା ପାର କରାଉଥିବା ବେଳେ ଘଟିଥିଲା ଦୁର୍ଘଟଣା। ଦ୍ରୁତଗାମୀ ଟ୍ରେନ ସ୍କୁଲ ଭ୍ୟାନକୁ ଧକ୍କା ଦେଇ ୫୦ ମିଟର ଯାଏ ଘୋଷାଡି ନେଇ ଯାଇଥିଲା।ସ୍ଥାନୀୟ ଲୋକମାନେ ରେଳ ଟ୍ରାକରେ ୨ ଜଣ ଶିକ୍ଷାର୍ଥୀଙ୍କ ମୃତଦେହ ଠାବ କରିବା ପରେ ପ୍ରଶାସନକୁ ଖବର ଦେଇଥିଲେ। ଏବେ ରେଳ ବାଇ ଓ ସ୍ଥାନୀୟ ପୁଲିସ୍‌ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook