ମୁଖ୍ୟ ଖବର
ସୁନ୍ଦରଗଡ : ଭାରସାମ୍ୟ ହରାଇ ବସ୍ ଓଲଟି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସଦର ଥାନା ଟାଙ୍ଗରମୁଣ୍ଡା ନିକଟରେ ଗୁରୁବାର ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କିଛି ଯାତ୍ରୀ ଚାପି ହୋଇ ରହିଥିବା ବେଳେ ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି। କିଞ୍ଜିରିକେଲାରୁ ସୁନ୍ଦରଗଡ ଅଭିମୁଖେ ବସ୍ଟି ଆସୁଥିଲା। ଏକ ବାଇକ୍କୁ ଧକ୍କା ଦେବା ପରେ ଯାତ୍ରୀବାହୀ ବସ୍ଟି ଅନିୟନ୍ତ୍ରିତ ହୋଇ ପ୍ରାୟ ୧୦ ଫୁଟ୍ ତଳକୁ ଖସି ପଡିଛି।
Comments ସମସ୍ତ ମତାମତ