Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ

    Share on :
    ajab-Image
    Date: Mar 13, 2025    Views: 5796

    ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଡେରାଡୁନ ଅନ୍ତର୍ଗତ ରାଜପୁର ରୋଡର ସାଇ ମନ୍ଦିର ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ମର୍ସିଡିଜ କାର ପଥଚାରୀଙ୍କ ଉପରେ ଚଢ଼ିଯିବାରୁ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହା ସହିତ ଗାଡ଼ିଟି ଏକ ସ୍କୁଟିକୁ ଧକ୍କା ଦେବା ଫଳରେ ୨ ଜଣ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଚାଳକ ମର୍ସିଡିଜ ସହିତ ଫେରାର ହୋଇଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଆଧାରରେ ପୁଲିସ କାର ସହିତ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଚଳାଇଛି।
    ସୂଚନା ଅନୁସାରେ, ମସୁରୀ ରାସ୍ତାର ରାଜପୁର ରୋଡ ସାଇମନ୍ଦିର ନିକଟରେ ରାତି ପ୍ରାୟ ୮ଟାରେ ଏହି ଦୁର୍ଘଟଣା ଘଟିଛି। ରାସ୍ତା ଜନଗହଳି ଥିବାବେଳେ ହଠାତ ଏକ ସିଲଭର ରଙ୍ଗର ଦ୍ରୁତଗାମୀ ମର୍ସିଡିଜ ଲୋକମାନଙ୍କୁ ଧକ୍କା ଦେଇ ପଳାଇଥିଲା। ଏପରି କି ଗାଡ଼ିଟି ମୋଟ ୧୧ରୁ ୧୨ଟି ଅନ୍ୟ ଗାଡ଼ିକୁ ଧକ୍କା ଦେଇଥିବା ଜଣାପଡ଼ିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook