Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସଡକ ଦୁର୍ଘଟଣା :୫ ମୃତ

    Share on :
    ajab-Image
    Date: Mar 10, 2025    Views: 6165

    ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବସ୍ତୀରେ ସୋମବାର ଏକ ସଡକ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଥିବା ଟ୍ରକ୍‌ ଓ କାର୍‌ ଧକ୍କା ହୋଇ ଏହି ଦୁର୍ଘଟଣାରେ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ନଗର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନିକଟରେ ଘଟିଛି।
    ସୂଚନାନୁଯାୟୀ, ରାଜସ୍ଥାନ ନମ୍ବର ଥିବା ଟ୍ରକଟି ବସ୍ତୀ ଅଞ୍ଚଳରୁ ଅଯୋଧ୍ୟା ଅଭିମୁଖେ ଯାଉଥିଲା। ଏହି ଟ୍ରକ ରାସ୍ତା ପାର୍‌ ହେବା ସମୟରେ ଟ୍ରକ୍‌ଟି ଆୟୋଧ୍ୟାରୁ ବସ୍ତୀରୁ ଆଡକୁ ଆସୁଥିବା କାର୍‌ ସହ ଧକ୍କା ହୋଇଥିଲା। ଦୁର୍ଘଟଣା ଖୁବ୍‌ ଜୋରରେ ହେବା ସହ କାର୍‌ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook