Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବ୍ରିଜ ତଳକୁ ସ୍କୁଟି ଖସି ଚାଳକ ମୃତ

    Share on :
    ajab-Image
    Date: Jan 11, 2025    Views: 3206

    ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ପଣ୍ଡେନ ଗାଁ ନିକଟରେ  ବ୍ରିଜ ତଳକୁ ଖସିଲା ସ୍କୁଟି। ଏହି ଦୁର୍ଘଟଣାରେ ଆଖି ବୁଜିଲେ ଚାଳକ । ମୃତକ ହେଲେ ଚନାବେଡା ଗାଁର ଭବାନୀ ଷଡ଼ଙ୍ଗୀ ।

    ଭବାନୀ ଷଡ଼ଙ୍ଗୀ କୌଣସି କାମ ପାଇଁ ତୁରେକେଲା ପଟେ ଆସୁଥିଲେ। ମାତ୍ର ପଣ୍ଡେନ ବ୍ରିଜ ନିକଟରେ ତାଙ୍କ ସ୍କୁଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଥିଲା। ଫଳରେ ପଥରରେ ତାଙ୍କ ମୁଣ୍ଡ ପିଟି ହୋଇ ସେ ଗୁରୁତର ହୋଇଥିଲେ।ଖବର ପାଇ ପୁଲିସ୍‌ ପହଞ୍ଚି ତୁରନ୍ତ ତାଙ୍କୁ ଉଦ୍ଧାର କରି ତୁରେକେଲା ଡାକ୍ତରଖାନ ଆଣିଥିବା ବେଳେ ଚିକିତ୍ସିକ୍ଷଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । କଣ୍ଟାବାଞ୍ଜି ଡାକ୍ତରଖାନ ରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।

    Maximum 500 characters

    ତାଜା ଖବର View all

    Find Us on Facebook