ମୁଖ୍ୟ ଖବର
ଆନନ୍ଦପୁର:କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ରାଜ୍ୟ ରାଜପଥ ୫୩ର ଚଣ୍ଡୀବିରଞ୍ଚିପୁର ଛକ ନିକଟରେ ବାଇକ୍କୁ ଧକ୍କା ଦେଲା ଟ୍ରକ୍ । ମୁହାଁମୁହିଁ ଧକ୍କା ଦେବା ଫଳରେ ଦୁଇ ବାଇକ୍ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ଉଭୟ ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ ନନ୍ଦିପଦା ପୋଲିସ ମୃତଦେହକୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଛି । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ଥାନାରେ ଆତ୍ମସମର୍ପଣ କରିଛି । ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
Comments ସମସ୍ତ ମତାମତ