Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କାର ଦୁର୍ଘଟଣା ପରେ ନିଆଁ ଲାଗିଲା,୩ ଦଗ୍ଧ

    Share on :
    ajab-Image
    Date: Jun 23, 2022    Views: 3400

    ହରିୟାଣା : ହରିୟାଣାର ସୋନୀପତ ୩୩୪ ନମ୍ବର ଜାତୀୟ ରାଜପଥରେ ଗୁରୁବାର ସକାଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ କାର ପଥର ସହ ଧକ୍କା ହେବା ପରେ ସେଥିରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ଫଳରେ ୩ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ୩ ଜଣ ଗଭୀର ଆହତ ହୋଇଛନ୍ତି। ସୂଚନାନୁଯାୟୀ, ନିର୍ମାଣାଧୀନ ଅବସ୍ଥାରେ ଥିବା ବହଲାଗଡ ଜାତୀୟ ରାଜପଥ ପଥର ରଖି ରାସ୍ତା ବନ୍ଦ କରାଯାଇଥିଲା।  ଏକ କାର ପଥର ସହ ଧକ୍କା ହେବା ପରେ ସେଥିରେ ନିଆଁ ଲାଗି ଯାଇଥିଲା।  ନିଆଁ ଲାଗିବା କାରଣରୁ କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ଖବର ପାଇବା ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଦଳ ପହଂଚି ଉଦ୍ଧାରକାର୍ୟ୍ୟ ଆରମ୍ଭ କରିଥିଲେ। ମୃତାହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତି କରାଯାଇଥିଲା। ସଭିଁଏଁ ଡାକ୍ତରୀ ପାଠ ପଢୁଥିବା ଛାତ୍ର ହୋଇଥିବା ବେଳେ ସେମାନେ ସାଙ୍ଗ ବୋଲି ଅନୁମାନ କରାଯାଉଛି। ୬ ଜଣ ସାଙ୍ଗ ରାତିରେ ରୋହତକ ରୁ ହରିଦ୍ୱାର ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।

    Maximum 500 characters

    ତାଜା ଖବର View all

    Find Us on Facebook