Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଟ୍ରକ ଦୁର୍ଘଟଣାଗ୍ରସ୍ତ, ୧୦ମୃତ

    Share on :
    ajab-Image
    Date: Jun 23, 2022    Views: 2884

    ଉତରପ୍ରଦେଶ : ଉତରପ୍ରଦେଶର ପିଲିଭୀତ ଜିଲାରେ  ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ପ୍ରାୟ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଂଚି ଉଦ୍ଧାରକାର୍ୟ୍ୟ ଆରମ୍ଭ କରିଛନ୍ତି। ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛନ୍ତି।
    ସୂଚନା ଯୋଗ୍ୟ, ପିଲିଭୀତର ଗଜରୌଲା ଥାନା ଅଂଚଳରେ ଏକ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଗଛରେ ପିଟି ହେବା ପରେ ରାସ୍ତା ଉପରେ ଓଲଟି ପଡିଥିଲା। ଭୋର ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଏହି ଟ୍ରକରେ (ଡାଲା ଥିବା ଟ୍ରକ)ଲୋକେ ହରିଦ୍ୱାରରୁ ଗଙ୍ଗା ସ୍ନାନ କରି ଫେରୁଥିଲେ ବୋଲି ଜଣାପଡିଛି। ଦୁର୍ଘଟଣାର ଶିକାର ହୋଇଥିବା ଅଧିକାଂଶ ଲୋକେ ଲଖିମପୁରର ଗୋଲାର ବାସିନ୍ଦା ବୋଲି କୁହାଯାଉଛି। ଦୁର୍ଘଟଣା ପରେ ଖୁବ ଜୋରରେ ଚିତ୍କାର ଶୁଣା ଯାଇଥିଲା। ଏହାପରେ ସ୍ଥାନୀୟ ଲୋକେ ପହଂଚିବା ସହ ପୁଲିସକୁ ଖବର ଦେଇଥିଲେ। ଚାଳକର ଆଖି ଲାଗି ଯିବାରୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି।

    Maximum 500 characters

    ତାଜା ଖବର View all

    Find Us on Facebook