Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଘାଟିରୁ ଖସି ଜଳିଗଲା ମାଛ ବୋଝେଇ ଟ୍ରକ୍‌

    Share on :
    ajab-Image
    Date: Jun 22, 2022    Views: 3632

    ଖଲ୍ଲିକୋଟ: ଘାଟିରୁ ୩୦ ଫୁଟ୍‌ ତଳକୁ ଖସି ଜଳିଗଲା ମାଛ ବୋଝେଇ ଟ୍ରକ୍। ସୌଭାଗ୍ୟ ବଶଃତ ଏତେ ବଡ଼ ଦୁଃଘଟଣାରୁ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏପରି ସଡ଼କ  ଦୁର୍ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବଡ଼ଘାଟି ଠାରେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

    ଆଜି ସକାଳେ ଏକ ମାଛ ବୋଝେଇ ଟ୍ରକ୍‌ଟି  ଆନ୍ଧ୍ରରୁ ମାଛ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ଏହି ସମୟରେ ବଡ଼ଘାଟିରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ୩୦ ଫୁଟ୍‌ ତଳକୁ  ଖସି ପଡ଼ିଥିଲା। ପରେ ଟ୍ରକ୍‌ରେ ନିଆଁ ଲାଗିଯାଇଥିଲା। ଟ୍ରକ୍‌ଟି ହୁତୁହୁତୁ ହୋଇ ଜଳି ଯାଇଥିଲା।   ଡ୍ରାଇଭର ଓ ହେଲପର ନିଆଁ ଲାଗିଯାଇଥିବା ଦେଖି ଚଳନ୍ତା ଗାଡ଼ିରୁ ଡେଇଁ ପଡ଼ିଥିଲେ। ସେମାନଙ୍କର କିଛି ହୋଇ ନାହିଁ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook