Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଶବ ସଂସ୍କାର ପାଇଁ ଯାଉଥିଲେ, ଧକ୍କା ଦେଲା ଟ୍ରକ, ଚାଲିଗଲା ୧୮ ଜୀବନ

    Share on :
    ajab-Image
    Date: Nov 29, 2021    Views: 2931

    ନଦିଆ: ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୮ ଜଣଙ୍କ ମୃତୁ୍ୟ ଘଟିଛି ଏବଂ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ହଂସଖାଳୀ ଥାନା ଅଧୀନସ୍ଥ ଫୁଲବରି ଅଞ୍ଚଳରେ ଗତ ରାତିରେ ଏହି ଦୁର୍ଘଟଣା ହୋଇଛି । ସମସ୍ତ ମୃତକ ଉତ୍ତର ୨୪ ପ୍ରଗଣା ଅଞ୍ଚଳର ବାସିନ୍ଦା । ପ୍ରାୟ ୪୦ ଜଣ ଲୋକ ଜଣେ ମୃତ ବ୍ୟକ୍ତିଙ୍କ ଶବ ସଂସ୍କାର ପାଇଁ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରୁ ନଦିଆର ନବଦ୍ୱୀପକୁ ଏକ ଭ୍ୟାନରେ ଯାତ୍ରା କରୁଥିଲେ । ବାଟରେ ସେମାନଙ୍କ ଗାଡ଼ି ଏକ ପଥର ବୋଝେଇ ଟ୍ରକକୁ ପଛରୁ ଧକ୍କା ଦେଇଥିଲା । ଫଳରେ ୧୮ ଜଣଙ୍କ ମୃତୁ୍ୟ ହୋଇଯାଇଛି । ମୃତକମାନଙ୍କ ମଧ୍ୟରେ ୧୦ ଜଣ ପୁରୁଷ ଏବଂ ୭ ଜଣ ମହିଳା ଅଛନ୍ତି । ଆହତମାନଙ୍କୁ କ୍ରୀଷ୍ଣାନଗର ଅଧୀନସ୍ଥ ଶକ୍ତିନଗର ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook