Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଅଜଣା ଗାଡି ଧକ୍କାରେ ୨ ମହିଳା ମୃତ

    Share on :
    ajab-Image
    Date: Oct 14, 2021    Views: 3076

    ନୟାଗଡ:  ମର୍ଣ୍ଣିଂ ୱାକ୍ ବେଳେ ମାଡ଼ିଗଲା ଗାଡ଼ି । ମର୍ଣ୍ଣିଂ ୱାକ୍‌ରେ ଯାଇଥିଲେ ହେଲେ ଆଉ ଘରକୁ ଫେରିଲେନି । ଅଜଣା ଗାଡି ଧକ୍କାରେ ଚାଲିଗଲା ଦୁଇ ଜୀବନ । ଦୁର୍ଘଟଣାରେ ଜଣେ ଗୁରୁତର ।
    ସୂଚନାଅନୁସାର, ସଁପଡାରେ ଗାଁର ଟିକିନା ପ୍ରଧାନ,ମାନସୀ ମାର୍ଥା ଓ ସୁରୁବାଳା ପରିଡା ସବୁଦିନ ପରି ଆଜି ଆଜି ବି ପ୍ରାତଃ ଭ୍ରମଣରେ ଯାଇଥିଲେ । ଏହି ସମୟରେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ହୋଇଥିଲା । ଦୁର୍ଘଟଣାରେ ଟିକିନା ପ୍ରଧାନ ଓ ମାନସୀ ମାର୍ଥାଙ୍କ ମୃତ୍ୟୁ ହୋଇଥିବାବେଳେ ସୁରୁବାଳା ଗୁରୁତର ଅଛନ୍ତି । ତାଙ୍କୁ ପ୍ରଥମେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏହାପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସୁରୁବାଳାଙ୍କୁ ଭୁବନେଶ୍ବର ସ୍ଥାନାନ୍ତରଣ କରାଯାଇଛି ।ନୂଆଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । କେଉଁ ଗାଡ଼ି ଏହି ଦୁର୍ଘଟଣା ଘଟାଇଛି, ତାହା ଜାଣିବାକୁ ତଦନ୍ତ କରୁଛି ପୋଲିସ ।

     

    Maximum 500 characters

    ତାଜା ଖବର View all

    Find Us on Facebook