Share on :
0
Date: Jun 29, 2020 Views: 3786
ଛେଣ୍ଡିପଦା/ଅନୁଗୁଳ: ଛେଣ୍ଡିପଦା-ଅନୁଗୁଳ ୬୩ ନମ୍ବର ରାଜ୍ୟ ରାଜପଥର ନିଶା ଶିଳ୍ପାଞ୍ଚଳ ଥାନା କଙ୍ଗରେଇ ଜଙ୍ଗଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ନାବାଳକ ଭାଇଭଉଣୀଙ୍କର ମୃତୁ୍ୟ ଘଟିଛି । ଏହି ଭାଇଭଉଣୀ ରାସ୍ତାକଡ଼ରେ ଛତୁ ବିକି୍ର କରୁଥିବା ବେଳେ ଏକ ସ୍କ୍ରପିଓ କାର ସେମାନଙ୍କ ଉପରେ ଚଢ଼ି ଯାଇଥିଲା । ଦୁର୍ଘଟଣାରେ ଅନ୍ୟ ଦୁଇ ଜଣ ନାବାଳକ, ନାବାଳିକା ଓ ସ୍କ୍ରପିଓରେ ଜଣେ ଯାତ୍ରଙ୍କ ସମେତ ଚାଳକ ଗୁରୁତର ଆହତ ହୋଇଛନ୍ତି । ସ୍କର୍ପିଓର ଆହତ ଯାତ୍ରୀ ଓ ଚାଳକଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ର ବିବାର ଦିନ ୨ଟା ବେଳେ ରାସ୍ତା କଡ଼ରେ ବସି ଭାଇଭଉଣୀ ଛତୁ ବିକି୍ର କରୁଥିଲେ । ଏହି ସମୟରେ ଭୁବନେଶ୍ୱରରୁ ଦେବଗଡ଼ ଅଭିମୁଖେ ଦ୍ରୁତ ବେଗରେ ଯାଉଥିବା ଏକ ସ୍କର୍ପିଓ (ଓଆର୦୨ବିୱାଇ-୮୭୭୮) ସେମାନଙ୍କ ଉପରେ ଚଢ଼ିଯାଇ ଜଙ୍ଗଲ ଭିତରକୁ ପଶିଯାଇଥିଲା । ଘଟଣା ସ୍ଥଳରେ ସୀତରାସାହିର ନିରାଜନ ବେହେରାଙ୍କ ୧୦ ବର୍ଷର ପୁଅ ଲୁନ୍ଦୁର ବେହେରାଙ୍କୁ ମୃତୁ୍ୟ ଘଟିଥିଲା । ନାବାଳିକା ଝିଅ ବୈଶାଖର ବେହେରା (୮) ଅନ୍ୟ ଜଣେ ବାଳିକା ଆରତି ବେହେରା (୭), ସାହିର ବାବାଜୀ ବେହେରାଙ୍କ ପୁଅ ପପୁନ ବେହେରା (୧୦) ଏବଂ ସ୍କର୍ପିଓରେ ଥିବା ଜଣେ ଯାତ୍ରୀ ପ୍ରତୁ୍ୟଷ ପାଢ଼ୀ (୨୦) ଓ ଚାଳକ ଶ୍ରୀଧର ବାରିକ (୨୪) ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ କିଝି ସମୟ ପାରେ ଚିକିତ୍ସାଧୀନ ଅବସ୍ଥାରେ ବୈଶାଖୀଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ସ୍କର୍ପିଓ ଚାଳକ ଶ୍ରୀଧର ଓ ଯାତ୍ରୀ ପ୍ରତୁ୍ୟଷଙ୍କୁକଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇି । ଅନ୍ୟତମ ଆହତ ନାବାଳକ ପପୁନ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହି ଚିକିତ୍ସିତ ହେଉଛି । ଆହତ ଆରତି ପ୍ରାଥମିକ ଚିକିତ୍ସା ପରେ ଘରକୁ ପଳାଇ ଯାଇଥିବା ଜଣାପଡ଼ିଛି ।
ପ୍ରକାଶ ଯେ, ଭୁବନେଶ୍ୱର ରସୁଲଗଡ଼ ଅଞ୍ଚଳର ବିଶ୍ୱଜିତ ଜଗଦେ୍ଧବ (୨୩), ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଦୀପକ ଶତପଥୀ (୨୪) ଓ ପ୍ରତୁ୍ୟଷ ପାଢ଼ୀ (୨୦) ଏବଂ ଝାରପଡ଼ା ଅଞ୍ଚଳର ହରୀଶ ଜଗଦେ୍ଧବ ରାୟ (୨୧) ଏହି ସ୍କର୍ପିଓରେ ଦେବଗଡ଼ ଜିଲ୍ଲାର ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ । ସେମାନଙ୍କ ମଧ୍ୟରୁ ପ୍ରତୁ୍ୟଷ ଓ ଗାଡ଼ି ଚାଳକ ଶ୍ରୀଧର ଗୁରୁତର ଆହତ ହୋଇଥିଲେ । ଆହତ ଶ୍ରୀଧରଙ୍କ ଘର ରସୁଲଗଡ଼ ଅଞ୍ଚଳରେ ବୋଲି ଜଣାପଡ଼ିଛି ।
Comments ସମସ୍ତ ମତାମତ