Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଚଳିତ ଶିକ୍ଷାବର୍ଷ ପାଇଁ ଏକାଡେମିକ୍ କ୍ୟାଲେଣ୍ଡର ପ୍ରକାଶ

    Share on :
    ajab-Image
    Date: Apr 24, 2026    Views: 2403

    ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷାବର୍ଷ ପାଇଁ ଏକାଡେମିକ୍ କ୍ୟାଲେଣ୍ଡର ପ୍ରକାଶ ପାଇଛି । ଏଥିରେ କାର୍ୟ୍ୟଦିବସଠୁ ଆରମ୍ଭ କରି ଛୁଟି, ପରୀକ୍ଷା ସମୟ ଆଦି ପ୍ରକାଶ କରାଯାଇଛି । କ୍ୟାଲେଣ୍ଡର ଅନୁଯାୟୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ପିଲାଙ୍କର ଫେବ୍ରୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ପାଠପଢ଼ା କାର୍ୟ୍ୟ ଶେଷ ହେବ । ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରୁ ପଢ଼ା ଯାଇଥିବା ପାଠର ରିଭିଜନ ହେବ । ମାର୍ଚ୍ଚ ତୃତୀୟ ସପ୍ତାହରୁ ସମେଟିଭ୍ ଆସେସ୍‌ମେଣ୍ଟ-୨ ପରୀକ୍ଷା ହେବ । ହାଇସ୍କୁଲ ପାଇଁ (ନବମ ଓ ଦଶମ ଶ୍ରେଣୀ) ଜାରି ହୋଇଥିବା କ୍ୟାଲେଣ୍ଡର ଅନୁଯାୟୀ, ଉଭୟ ନବମ ଓ ଦଶମ ଶ୍ରେଣୀର ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଅର୍ଦ୍ଧବାର୍ଷିକ ପରୀକ୍ଷା ହେବ । ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ପାଠପଢ଼ା ଶେଷ ହେବ । ଜାନୁଆରୀ ଦ୍ୱିତୀୟ ସପ୍ତାହରୁ ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହ ଯାଏ ପାଠପଢ଼ା ରିଭିଜନ ହେବ । ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ ।

    ଅନ୍ୟପଟେ କ୍ୟାଲେଣ୍ଡରର ତଥ୍ୟ ଅନୁଯାୟୀ, ଚଳିତ ଶିକ୍ଷାବର୍ଷରେ ୫୨ଟି ରବିବାର ରହିଛି । ଏଥିସହ ୮୧ଟି ପୂଜା ଓ ବିଭିନ୍ନ ଛୁଟି ରହିଛି । ଏଥିସହ ଅତିରିକ୍ତ ୨ଟି ଛୁଟି ମଧ୍ୟ ରଖାଯାଇଛି । ୨୩୦ଟି କାର୍ୟ୍ୟଦିବସ ରହିଛି । ମେ ୬ରୁ ଖରାଛୁଟି କରାଯିବ । ଜୁନ୍ ୧୭ ତାରିଖ ଯାଏ ସ୍କୁଲ ଖରା ପାଇଁ ବନ୍ଦ ରହିବ । ଶିକ୍ଷା କ୍ୟାଲେଣ୍ଡରକୁ ପାଳନ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି । ଏପ୍ରିଲ ମାସରେ ୨୨ଟି କାର୍ୟ୍ୟଦିବସ ରହିଥିବା ବେଳେ ଏପ୍ରିଲ୍ ମାସରେ ୨୩, ମେରେ ୩, ଜୁନ୍ରେ ୧୦ଟି, ଜୁଲାଇରେ ୨୫, ଅଗଷ୍ଟରେ ୨୩, ସେପ୍ଟେମ୍ବରରେ ୨୨, ଅକ୍ଟୋବରରେ ୧୭, ନଭେମ୍ବରରେ ୨୪, ଡିସେମ୍ବରରେ ୧୮, ୨୦୨୭ ମସିହା ଜାନୁଆରୀରେ ୨୨, ଫେବ୍ରୁଆରୀରେ ୨୩ ଓ ମାର୍ଚ୍ଚରେ ୨୨ଟି କାର୍ୟ୍ୟ ଦିବସ ରହିଛି ।

    Maximum 500 characters

    ତାଜା ଖବର View all

    Find Us on Facebook