Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଅଭିଷେକ ବାନାର୍ଜୀଙ୍କ ଘରେ ସର୍ଚ୍ଚ

    Share on :
    ajab-Image
    Date: Jun 13, 2026    Views: 3207

     ବିଧାନସଭା ନିର୍ବାଚନ ପରାଜୟ ପରେ ମମତା ବାନାର୍ଜୀଙ୍କ ଟିଏମସିରେ ସଙ୍କଟ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଦଳେ ଆଭ୍ୟନ୍ତରୀଣ କନ୍ଦଳ ତୀବ୍ର ହୋଇଥିବା ବେଳେ ଅନ୍ୟପଟେ ଦଳର ବରିଷ୍ଠ ନେତାମାନଙ୍କ ପାଇଁ ଆଇନଗତ ସମସ୍ୟା ଜଟିଳ ହୋଇଛି। ଏହିକ୍ରମରେ ଆଜି ଟିଏମସି ସାଂସଦ ତଥା ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଘରେ ସକାଳୁ ସକାଳୁ ସର୍ଚ୍ଚ ଅପରେସନ ପାଇଁ ପହଞ୍ଚି ଯାଇଛି ଶାଲବନି ପୁଲିସ୍‌ ଟିମ। ପୁଲିସ ଷ୍ଟେସନର ଗୋଟିଏ ଟିମ ଅଭିଷେକ ବାନାର୍ଜୀଙ୍କ କାଳୀଘାଟ ସ୍ଥିତି ବାସଭବନରେ ପହଞ୍ଚିଛି। ଅଭିଷେକ ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ସୁମିତ ରୟଙ୍କ ସହ ଜଡ଼ିତ ଗୋଟିଏ ମାମଲାର ଛାନିଭିନ ପାଇଁ ପୁଲିସ୍‌ ସେଠାରେ ପହଞ୍ଚିଥିଲା। ସକାଳୁ ସକାଳୁ ପୁଲିସ୍‌ ଟିମ ଅଭିଷେକଙ୍କ ଘରେ ପହଞ୍ଚିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ସେହିପରି ପୁଲିସ୍‌ ଆସିଥିବା ଜାଣି ମମତା ବାନାର୍ଜୀଙ୍କ ମଧ୍ୟ ତୁରନ୍ତ ଅଭିଷେକଙ୍କ ଘରେ ପହଞ୍ଚିଥିଲେ। ସେଠାରେ ସେ ପୁଲିସ୍‌ ଅଧିକାରୀଙ୍କ ସହ ବେଶ କିଛି ସମୟ କଥା ହୋଇଥିଲେ।ଏହାପରେ ପୁଲିସ୍‌ ଟିମ ଚାଲି ଯାଇଥିଲା। ମମତା ମଧ୍ୟ ନିଜ ବାସଭବନକୁ ଫେରିଛନ୍ତି। ତେବେ ପୁଲିସ୍‌ ଟିମ କୌଣସି ନୋଟିସ ଦେଇଛି କି ନାହିଁ, ସେକଥା ଏଯାଏ ସ୍ପଷ୍ଟ ହୋଇନି। ସେହିପରି ସୁମିତ ରୟଙ୍କ ନାଁରେ ଶାଲବନି ପୁଲିସ୍‌ ଷ୍ଟେସନରେ କେଉଁ ମାମଲା ହୋଇଛି, ସେକଥା ବି ଜଣାପଡ଼ିନି। 
    ଅନ୍ୟପକ୍ଷରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଶନିବାର ସକାଳୁ ଟିଏମସିର ବରିଷ୍ଠ ନେତା ତଥା ବିଧାୟକ ମଦନ ମିତ୍ରଙ୍କ ଘରେ ରେଡ କରିଛି। ସ୍ୱତନ୍ତ୍ର ଇଡି ଟିମ ଆଜି ସକାଳୁ ମଦନ ମିତ୍ରଙ୍କ ଦକ୍ଷିଣେଶ୍ୱର ସ୍ଥିତ ବାସଭବନରେ ପହଞ୍ଚିଛି। ଏହାପରେ ନିଯୁକ୍ତି ସ୍କାମରେ ତାଙ୍କ ଘରେ ଇଡି ଛାନଭିନ ଆରମ୍ଭ କରିଛି।

    ଇଡି ଟିମ ବେଙ୍ଗଲରେ ହୋଇଥିବା ବିଭିନ୍ନ ସରକାରୀ ନିଯୁକ୍ତିରେ ଅନିୟମିତତା ହୋଇଥିବା ସନ୍ଦେହ କରୁଛି। ଏହାର ତଦନ୍ତ ଦୀର୍ଘ ସମୟ ଧରି ଚାଲିଥିବା ବେଳେ ଏବେ ମଦନ ମିତ୍ରଙ୍କ ଭୂମିକା ଉପରେ ପ୍ରଶ୍ନ ଉଠିଛି। ତେଣୁ ତାଙ୍କ ଘରେ ରେଡ କରାଯାଇଥିବା ଜଣାପଡ଼ିଛି। ଇଡି ଟିମ ଘରେ ରେଡ କରୁଥିବା ବେଳେ ବାହାରେ କେନ୍ଦ୍ରୀୟ ସୁରକ୍ଷା ବଳଙ୍କୁ ମୁତୟନ କରାଯାଇଛି। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook