ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟରେ ଦୀର୍ଘ ୯ ବର୍ଷ ହେଲା ହୋଇନାହିଁ ଛାତ୍ର ସଂସଦ ନିର୍ବାଚନ । ଏଥର ହେବ ନା ନାହିଁ ସେନେଇ ବି ସ୍ପଷ୍ଟତା ନାହିଁ। ତଥାପି କିନ୍ତୁ କ୍ୟାମ୍ପସରେ ନିର୍ବାଚନୀ ସଜବାଜ ଆରମ୍ଭ ହୋଇଛି । ତେବେ କାହିଁକି ଛାତ୍ର ସଂସଦ ନିର୍ବାଚନ ନେଇ ନୀତିଗତ ନିଷ୍ପତ୍ତି ହୋଇ ପାରୁନାହିଁ ତାକୁ ନେଇ ଏବେବି ପ୍ରଶ୍ନବାଚୀ ଠିଆ ହୋଇଛି l 2018ରୁ ଛାତ୍ର ସଂସଦ ନିର୍ବାଚନ ରାଜ୍ୟରେ ବନ୍ଦ ରହିଛି l ସେତେବେଳେ ବିଜେଡ଼ି ସରକାର କ୍ୟାମ୍ପସ୍ ହିଂସାକୁ ଆଳ କରି ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ ରଖିଥିଲେ l ବିଜେପି ସରକାରକୁ ଆସିବା ପରେ ପ୍ରତିଶ୍ରୁତି ଦେଇଥିଲା ଛାତ୍ର ସଂସଦ ନିର୍ବାଚନ ହେବ l କିନ୍ତୁ ଆଜିଯାଏ ତାହା ହୋଇପାରି ନାହିଁ। ଛାତ୍ର ବର୍ଗଙ୍କ ଭିତରେ ନିର୍ବାଚନକୁ ନେଇ ଉତ୍ସାହ ଅଧିକ l
ତେବେ ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା କହିଛନ୍ତି, ନିଶ୍ଚିତ ହେବ ଛାତ୍ର ସଂସଦ ନିର୍ବାଚନ l ସରକାର ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ପ୍ରତିଶୃତି ବଦ୍ଧ l ବିଜେପି ଯାହା କହେ କରେ l ଆମ ମୁଖିଆ କଥା ଦେଇ କଥା ପାଳନ କରନ୍ତି l ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶୃତି ପାଳନ ହେବ l ଛାତ୍ର ସଂସଦ ନିର୍ବାଚନକୁ ନେଇ ସରକାର ସକାରାତ୍ମକ ଅଛନ୍ତି l ଛାତ୍ର ସଂସଦ ନିର୍ବାଚନ ନିଶ୍ଚିତ ହେବ lଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, "ମୁଁ ଆଗରୁ କହିଥିଲି ସରକାର ସକାରତ୍ମକ ଅଛନ୍ତି l ଠିକ ସମୟରେ ଠିକ ନିଷ୍ପତ୍ତି ନେବେ ସରକାର l"
Comments ସମସ୍ତ ମତାମତ