Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

    Share on :
    ajab-Image
    Date: Dec 13, 2025    Views: 3251

    ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଭାବେ ଅଭିଳାଷ ପଣ୍ଡା ପୁନର୍ବାର ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବରୁ ରେଭେନ୍ସା ବିଶ୍ବବିଦ୍ୟାଳୟର ସାଧାରଣ ସମ୍ପାଦକ ଥିବା ଅଭିଳାଷଙ୍କ ଉପରେ ପୁନର୍ବାର ବିଜେପିର ଶୀର୍ଷ ନେତୃତ୍ବ ଆସ୍ଥାପ୍ରକଟ କରିଛନ୍ତି। ସୂଚନା ଅନୁଯାୟୀ, ଅଭିଳାଷ ରେଭେନ୍ସା ବିଶ୍ବବିଦ୍ୟାଳୟରେ ୨୦୧୨-୧୩ରେ ଛାତ୍ର ସଂସଦର ସାଧାରଣ ସମ୍ପାଦକ ଭାବେ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ‌େ‌ସ ଏବିଭିପିର ରାଜ୍ୟ ସମ୍ପାଦକ ଭାବେ ୨୦୧୫ରୁ ୨୦୧୭ ପର୍ୟ୍ୟନ୍ତ କାମ କରିଥିବାବେଳେ ୨୦୧୮ରୁ ୨୦୨୦ ପର୍ୟ୍ୟନ୍ତ ଜାତୀୟ ସମ୍ପାଦକ ଥିଲେ। ଏବିଭିପିର ବିଭିନ୍ନ ପଦରେ ରହିବା ପରେ ୨୦୨୩ରେ ପ୍ରଥମ ଥର ବିଜେପି ଯୁବ ମୋର୍ଚ୍ଚାର ସଭାପତି ହୋଇଥିଲେ। ୨୦୨୪ରେ ସରକାର ଆସିବା ପରେ ଅଭିଳାଷଙ୍କ ନେତୃତ୍ବରେ ସାରା ଭାରତରେ ଚାଲିଥିବା ବିଜେପି ସଦସ୍ୟତା ଅଭିଯାନରେ ଓଡ଼ିଶା ବିଜେପି ଯୁବମୋର୍ଚ୍ଚା ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିଲା। ନିକଟରେ ଅନୁଷ୍ଠିତ ନୂଆପଡା ଉପ-ନିର୍ବାଚନରେ ଅଭିଳାଷଙ୍କ ନେତୃତ୍ବରେ ବିଜେପି ଯୁବମୋର୍ଚ୍ଚା କର୍ମକର୍ତ୍ତା ନୂତନ ଭୋଟରଙ୍କ ପଞ୍ଜୀକରଣ କରିବା ପୂର୍ବକ ଦଳ ସହ ଯୋଡ଼ିଥିଲେ। ଯୁବମୋର୍ଚ୍ଚାର କାମକୁ ଦେଖି ପୁନର୍ବାର ତାଙ୍କୁ ନିଯୁକ୍ତି ମିଳିଥିବା ଦଳୀୟ ମହଲରେ ଚର୍ଚ୍ଚା ଚାଲିଛି। ବିଜେପି ଯୁବମୋର୍ଚ୍ଚା ଦାୟିତ୍ବ ନେବା ପରେ ଶ୍ରୀ ପଣ୍ଡା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଦଳର ବରିଷ୍ଠ ନେତା, ମନ୍ତ୍ରୀଙ୍କୁ ଭେଟିଛନ୍ତି। ଯୁବମୋର୍ଚ୍ଚା ପକ୍ଷରୁ କାର୍ୟ୍ୟକର୍ତ୍ତାଙ୍କ ଦକ୍ଷତା ବିକାଶ କରିବା ପାଇଁ ସ୍ବତନ୍ତ୍ର କର୍ମଶାଳା ଆୟୋଜନ କରାଯାଇଛି। ଶ୍ରୀ ପଣ୍ଡା କହିଛନ୍ତି, ଦଳର ଶୀର୍ଷ ନେତୃତ୍ବ ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଧନ୍ୟବାଦ। ଯେଉଁ ଯୁବବର୍ଗଙ୍କ ତ୍ୟାଗ ଓ ବଳିଦାନ ଯୋଗୁଁ ସରକାର ଆସିଛି ସେମାନଙ୍କୁ ଦଳ ସହ ଯୋଡ଼ାଯିବ। ୨୦୩୬ରେ ବିକଶିତ ଓଡ଼ିଶା ଓ ୨୦୪୭ର ବିକଶିତ ଭାରତ ଲକ୍ଷ୍ୟ ରଖି ଆମେ କାମ କରୁଛୁ। ସରକାର ଉପଲବ୍ଧ, ଲୋକାଭିମୁଖୀ କାମକୁ ଲୋକଙ୍କ ନିକଟକୁ ନେବେ ଯୁବ ମୋର୍ଚ୍ଚାର କର୍ମକର୍ତ୍ତା। ଖୁବ୍‌ଶୀଘ୍ର ୩୭ ସାଙ୍ଗଠନିକ ଜିଲା ଗସ୍ତ କରିବା ସହ ନୂଆ କମିଟି ଗଠନ କରାଯିବ।

    Maximum 500 characters

    ରାଜନୀତି View all

    Find Us on Facebook