Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଡିଭିଲିୟର୍ସଙ୍କ ଧମାକାଦାର ଇନିଂସ: ୭ ୱିକେଟରେ ଜିତିଲା ଆରସିବି

    Share on :
    ajab-Image
    Date: Oct 17, 2020    Views: 3059

    ଦୁବାଇ: ଦୁବାଇରେ ଅନୁଷ୍ଠିତ ଆଇପିଏଲର ୩୪ ତମ ମ୍ୟାଚରେ ବିରାଟ କୋହଲିଙ୍କ ଆରସିବି ବିଜୟୀ ହୋଇଛି । ୧୭୮ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ଆରସିବି ପକ୍ଷରୁ ଡିଭିଲିୟର୍ସ ୨୨ଟି ବଲରୁ ୫୫ ରନ ସଂଗ୍ରହ କରିଥିଲେ । ଏହି ଇନିଂସ ମଧ୍ୟରେ ୧ ଚୌକା ଏବଂ ୬ ଛକ୍କା ସାମିଲ ଥିଲା । ଡିଭିଲିୟର୍ସଙ୍କ ବ୍ୟତିତ ବିରାଟ କୋହଲି (୪୩) ଏବଂ ଦେବଦତ୍ତ ପଡିକଲ(୩୬) ରନର ଇନିଂସ ଖେଳିଥିଲେ । 
    ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ୬ ୱିକେଟ ହରାଇ ୧୭୭ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଷ୍ଟିଭ ସ୍ମିଥ(୫୭) ଏବଂ ରବିନ ଉତ୍ଥାପା (୪୧) ରନ ସଂଗ୍ରହ କରିଥିଲେ । ଏହି ଧୀମା ପିଚରେ  ୧୭୭ ରନ ବିଜୟ ପାଇଁ ଯଥେଷ୍ଟ ଲାଗୁଥିଲା । ଏପରିକି ମ୍ୟାଚର ୧୭ ତମ ଓଭର ଯାଏଁ ମ୍ୟାଚ ରାଜସ୍ଥାନ ନିୟନ୍ତ୍ରଣରେ ରହିଥିଲା । ତେବେ ବିପଜ୍ଜନକ ଡିଭିଲିୟର୍ସ ୧୯ ତମ ଓଭରରେ ୨୪ ରନ୍ ସଂଗ୍ରହ କରିବା ସହିତ ଦୁଇଟି ବଲ ପୂର୍ବରୁ ଦଳକୁ ବିଜୟୀ କରାଇଥିଲେ ।

    Maximum 500 characters

    ଖେଳ ଖବର View all

    Find Us on Facebook