Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଇଣ୍ଡିଆ ମେଣ୍ଟରୁ ଓହରିଲା ଆପ୍‌

    Share on :
    ajab-Image
    Date: Jul 18, 2025    Views: 2642

    ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏର ମୁକାବିଲା କରିବାକୁ ବିରୋଧୀ କରିଥିବା ଇଣ୍ଡିଆ ମେଣ୍ଟରେ ଫାଟ ଦେଖିବାକୁ ମିଳିଛି। ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ଏହି ମେଣ୍ଟରୁ ଓହରି ଯାଇଥିବା ଆଜି ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଆପ୍‌ ବିରୋଧୀ ମେଣ୍ଟ ଇଣ୍ଡିଆ ବ୍ଲକରୁ ଓହରି ଯାଇଛି। ସେହିପରି ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଇଣ୍ଡିଆ ବ୍ଲକ ଡାକିଥିବା ବୈଠକରେ ମଧ୍ୟ ଆପ ଯୋଗ ଦେବ ନାହିଁ।

    ଶ୍ରୀ ସିଂହ କହିଛନ୍ତି, “ଆପ ଇଣ୍ଡିଆ ବ୍ଲକରୁ ବାହାରି ଯାଇଛି। ଆମ ଦଳ ଏହା ସ୍ପଷ୍ଟ କରିଥିଲା ଓ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏକଥା କହିଥିଲେ। ଆମେ ଆଉ ମେଣ୍ଟର ଅଂଶବିଶେଷ ହୋଇ ନାହୁଁ। ଇଣ୍ଡିଆ ବ୍ଲକ କେବଳ ଲୋକସଭା ନିର୍ବାଚନ ପାଇଁ ତିଆରି ହୋଇଥିଲା। ଏହାପରେ ଅନୁଷ୍ଠିତ ସବୁ ବିଧାନସଭା ନିର୍ବାଚନଗୁଡ଼ିକ ଦଳ ଏକାକୀ ଓ ସ୍ୱାଧୀନ ଭାବେ ଲଢ଼ିଛି।”ଆପ୍‌ ଓ କଂଗ୍ରେସ ୨୦୨୪ ଲୋକସଭା ନିର୍ବାଚନ ବେଳେ ପରସ୍ପର ସହ ମେଣ୍ଟ କରି ଦିଲ୍ଲୀରେ ଲଢ଼ିଥିଲେ। ଇଣ୍ଡିଆ ମେଣ୍ଟର ଅଂଶବିଶେଷ ଭାବେ ଦୁଇ ଦଳ ପରସ୍ପରର ପ୍ରାର୍ଥୀ ପାଇଁ ପ୍ରଚାର କରିଥିଲେ। କିନ୍ତୁ ଏହାପରେ ଅନୁଷ୍ଠିତ ହରିୟାଣା ଓ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଉଭୟ ଅଲଗା ଅଲଗା ପ୍ରାର୍ଥୀ ଦେଇଥିଲେ। ଏବେ ଆପ୍‌ ସ୍ୱାଧୀନ ଭାବେ ବିହାରରେ ମଧ୍ୟ ବିଧାନସଭା ନିର୍ବାଚନ ଲଢ଼ିବ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook