Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସାରା ରାଜ୍ୟରେ ଶୀତ ଲହରୀ: ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

    Share on :
    ajab-Image
    Date: Dec 12, 2025    Views: 3852

    ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି। ଫଳରେ ପ୍ରବଳ ଜାଡରେ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି। କନ୍ଧମାଳ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୧ ଡିଗ୍ରୀ ରେକର୍ଡ ହୋଇଛି। କୋରାପୁଟ ସେମିଳିଗୁଡାରେ ତାପମାତ୍ରା ୩.୬ ଥିବାବେଳେ ଝାରସୁଗୁଡାରେ ୭.୧ , ରାଉରକେଲାରେ ୭.୨ , କେନ୍ଦୁଝରରେ ୯.୬, ସମ୍ବଲପୁରରେ ୧୦.୮ , ହୀରାକୁଦରେ ୧୧.୪ ଓ ଭୁବନେଶ୍ଵରରେ ୧୨.୬ , ଗୋପାଳପୁରରେ ୧୩.୪, ବାଲେଶ୍ଵର ୧୩.୫ , ପାରାଦୀପରେ ୧୪.୧ ଡିଗ୍ରୀ ରେକର୍ଡ ହୋଇଛି।

    କେବଳ କୋରାପୁଟ ଏବଂ କନ୍ଧମାଳ ଜିଲାରେ ହାଡ଼ଭଙ୍ଗା ଜାଡ଼ ଅନୁଭୂତ ହେଉଛି ତାହା ନୁହେଁ; ବରଂ ପଶ୍ଚିମରୁ ଉପକୂଳ ଏବଂ ଦକ୍ଷିଣରୁ ଉତ୍ତର ଓଡ଼ିଶା ସହ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲା ଗୁଡ଼ିକରେ ପ୍ରଚଣ୍ଡ ଶୀତ ପଡୁଛି। ପାଣିପାଗ ବିଶେଷଜ୍ଞଙ୍କ ମତରେ ଆସନ୍ତା ୧୮ତାରିଖ ପର୍ୟ୍ୟନ୍ତ ଶୀତ ପ୍ରକୋପରୁ ଆଶ୍ବସ୍ତି ମିଳିବା ସମ୍ଭାବନା ନାହିଁ।

    Maximum 500 characters

    ତାଜା ଖବର View all

    Find Us on Facebook