ମୁଖ୍ୟ ଖବର
ଗୁଣପୁର : ବସ୍ ସହ ବାଇକ୍ ମୁହାଁମୁହିଁ ଧକ୍କା। ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ। ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ରାମନଗୁଡ଼ା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ଗୁରୁବାର ସକାଳେ ଦୁଇ ଜଣ ଯୁକ୍ତ ଦୁଇ ଛାତ୍ର ଗୁଡାରୀରୁ ବାଡ଼ିସୋଲା ସ୍କୁଲକୁ ପାଠ ପଢିବା ପାଇଁ ବାଇକରେ ଯାଉଥିଲେ। ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ଲାଞ୍ଜିଗଡ଼ରୁ ବ୍ରହ୍ମପୁରକୁ ଯାଉଥିବା ଏକ ଘରୋଇ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲେ। ଘଟଣାସ୍ଥଳରେ ଉଭୟ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ରାମନଗୁଡ଼ା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକ ଦୁଇ ଛାତ୍ର ହେଲେ ଗୁଡାରି ସୌରା ସାହିର ଦେବେନ୍ଦ୍ର ଶବର (୨୧ ବର୍ଷ) ଓ ଅନ୍ୟଜଣେ ଗୁଡାରି ଢେପାଗୁଡା ନିକଟସ୍ଥ ବଡଗୁଡାର ବିଷ୍ଣୁ ଶବର ବୋଲି ଜଣାପଡିଛି।
Comments ସମସ୍ତ ମତାମତ 0