Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଶେଷ ହେଲା ପୁଟିନଙ୍କ ଚର୍ଚ୍ଚିତ ଭାରତ ଗସ୍ତ

    Share on :
    ajab-Image
    Date: Dec 6, 2025    Views: 3744

    ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ଶେଷ ହୋଇଛି । ରାଷ୍ଟ୍ରପତି ଭବନରେ ତାଙ୍କ ସମ୍ମାନରେ ଆୟୋଜିତ ରାତ୍ରଭୋଜନରେ ଯୋଗ ଦେବା ପରେ ସେ ରୁଷ ଫେରିଯାଇଛନ୍ତି । ଏୟାରପୋର୍ଟରେ ତାଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ବିଦାୟ ଜଣାଇଥିଲେ ।

    ପୁଟିନଙ୍କ ଏହି ଗସ୍ତ ଉପରେ ସାରା ବିଶ୍ବର ନଜର ଥିଲା । କାରଣ ୟୁକ୍ରେନ ଯୁଦ୍ଧ ଶେଷ ପାଇଁ ପୁଟିନଙ୍କ ଉପରେ ପାଶ୍ଚାତ୍ୟ ଜଗତର ଚାପ ରହିଛି । ସେହିପରି ରୁଷ ସହ ସମ୍ପର୍କକୁ ନେଇ ଭାରତକୁ ଟାର୍ଗେଟ କରୁଛନ୍ତି ଆମେରିକା ଓ ୟୁରୋପୀୟ ଦେଶ । ଏସବୁ ଚାପ ମଧ୍ୟର ଭାରତ ଓ ରୁଷ ନିଜର ପୁରୁଣା ବନ୍ଧୁତାକୁ ବଜାୟ ରଖିଛନ୍ତି । ତେବେ ଭାରତର ଏପରି ରୁଷ ପ୍ରୀତି ପଛରେ ଟ୍ରମ୍ପଙ୍କ ଭାରତ ବିଦ୍ବେଷ, ଟାରିଫ ଓ ପାକିସ୍ତାନ ସପକ୍ଷବାଦୀ ନୀତିକୁ ଦାୟୀ କରାଯାଉଛି । 
    ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ ଗସ୍ତରେ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟାରେ ଦିଲ୍ଲୀରେ ପହଞ୍ଚିଥିଲେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ପ୍ରୋଟୋକଲ ଭାଙ୍ଗି ପୁଟିନଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ। ଏଥିପାଇଁ ପୁଟିନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। ଏବେ ଭ୍ଲାଦିମିର ପୁଟିନ ତାଙ୍କର ଦୁଇ ଦିନିଆ ଭାରତ ଗସ୍ତ ଶେଷ କରି ଦିଲ୍ଲୀରୁ ପ୍ରସ୍ଥାନ କରିଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ତାଙ୍କୁ ବିମାନବନ୍ଦରରେ ବିଦାୟ ଦେଇଥିଲେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook