Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପାହାଡ଼ ଚଢ଼ି ଦୁଃଖ ବୁଝିଲେ ବିଡିଓ

    Share on :
    ajab-Image
    Date: Nov 17, 2025    Views: 4200

    ନନ୍ଦାହାଣ୍ଡି: ଦୁର୍ଗମ ଅଞ୍ଚଳବାସିନ୍ଦା ସରକାରୀ ସୁବିଧାସୁଯୋଗରୁ ଯେପରି ବଞ୍ଚିତ ନହୁଅନ୍ତି ତାହାକୁ ନଜରରେ ରଖି ୩ କିମି ପାହାଡ଼ ଚଢ଼ି ଲୋକଙ୍କ ଅଭାବ ଅସୁବିଧା ପଚାରି ବୁଝିଛନ୍ତି କୋରାପୁଟ ଜିଲା ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ। ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଝାଡ଼ବନ୍ଧଗୁଡା ପଞ୍ଚାୟତର ଦୁର୍ଗମାଞ୍ଚଳ ଫୁଟଘର ଗ୍ରାମରେ ୫ ପରିବାର ବସବାସ କରୁଛନ୍ତି। ଏହି ଗ୍ରାମକୁ ଯିବାକୁ ହେଲେ ୩ କିମି ପାହାଡ଼ ଚଢ଼ିବାକୁ ପଡ଼ିଥାଏ।

    ନନ୍ଦାହାଣ୍ଡି ବ୍ଲକରେ ୨୦୨୩ ମସିହାରେ କାର୍ୟ୍ୟଭାର ଗ୍ରହଣ କରିବାର ଅଳ୍ପଦିନ ପରେ ବିଡିଓ ଫୁଟଘର ଗ୍ରାମକୁ ଯାଇ ଲୋକଙ୍କ ସମସ୍ୟା ଜାଣିବା ସହ ଆଲୋଚନା କରିଥିଲେ। ଅଭାବ ଅସୁବିଧା ଦୂର କରିବାକୁ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇ ତାହାକୁ ପରିପାଳନ ମଧ୍ୟ କରିଥିଲେ। ତେବେ ଗ୍ରାମରେ ଆଉ କିଛି ନୂତନ ସମସ୍ୟା ଉପୁଜିଛି ନା ନାହିଁ ତାହା ଜାଣିବା ପାଇଁ ବ୍ଲକର ସବୁ ବିଭାଗର ଅଧିକାରୀଙ୍କୁ ନେଇ ଫୁଟଘର ଗ୍ରାମରେ ପହଞ୍ଚିଥିଲେ। ଗ୍ରାମବାସୀଙ୍କ ବ୍ୟକ୍ତିଗତ ଓ ମୌଳିକ ସମସ୍ୟାର ସମାଧାନ ହୋଇଯାଇଥିଲେ ମଧ୍ୟ କେବଳ ଜଣେ ବାର୍ଦ୍ଧକ୍ୟ ଭତ୍ତା ପାଇନଥିବା ଜାଣିବାକୁ ପାଇଥିଲେ। ଏ ଦିଗରେ ତ୍ବରିତ ପଦକ୍ଷେପ ନିଆଯିବ ବୋଲି ବିଡିଓ କହିଥିଲେ। ଗ୍ରାମକୁ ଲମ୍ବିଥିବା ପାହାଡ଼ିଆ ରାସ୍ତାର କିଛି ଅଂଶରେ ରାସ୍ତା ନିର୍ମାଣ ହୋଇଥିବା ବେଳେ ଅବଶିଷ୍ଟ ରାସ୍ତା କାର୍ୟ୍ୟ ପାଇଁ ଅନୁଦାନ ଆସିଥିବାରୁ ତାହାର ମଧ୍ୟ ସମାଧାନ ହୋଇଯିବ ବୋଲି ଗାଁ ଲୋକଙ୍କୁ ସେ ପ୍ରତିଶ୍ରୁତି ଦେଇଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook