Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୀତବାସ ହତ୍ୟା ଘଟଣା: ବାଲିଷ୍ଟିକ୍‌ ବିଶେଷଜ୍ଞଙ୍କୁ ପଠାଗଲା ଜବତ ପିସ୍ତଲ

    Share on :
    ajab-Image
    Date: Nov 13, 2025    Views: 4468

    ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ପୁଲିସ ଅଭିଯୁକ୍ତଙ୍କ ଠାରୁ ଦୁଇଟି ପିସ୍ତଲ ଜବତ କରିଥିଲା । ସେଥିରୁ ଗୋଟିଏ ହତ୍ୟାକାଣ୍ଡରେ ବ୍ୟବହାର କରାଯାଇଥିଲା । ପରୀକ୍ଷାରୁ ଜଣାପଡ଼ିବ ପୁଲିସ ଜବତ କରିଥିବା ବନ୍ଧୁକରୁ ପୀତବାସଙ୍କୁ ଗୁଳି କରାଯାଇଛି ନା ନାହିଁ । ପୀତବାସଙ୍କୁ ଗୋଟିଏ ରାଉଣ୍ଡ ଗୁଳି ବାଜିଥିଲା । ପୂର୍ବରୁ ପୀତବାସଙ୍କ ଶରୀରରୁ ବାହାରିଥିବା ଗୁଳି ବାଲିଷ୍ଟିକ୍ ବିଶେଷଜ୍ଞଙ୍କୁ ପଠାଯାଇଥିଲା । ଅପରାଧୀ ୨ ମିଟର ଦୂରରୁ ଗୁଳି କରିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ଜଣାପଡିଥିଲା ।

    ବ୍ରହ୍ମପୁର ବୈକୁଣ୍ଠନଗରରେ ଗତ ୬ ତାରିଖ କୁମାର ପୂର୍ଣ୍ଣିମା ରାତି ୧୦ଟାରେ ପୀତବାସଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁଇ ଅଭିଯୁକ୍ତ । ଗୁଳି କରିବା ପରେ ଅଭିଯୁକ୍ତମାନେ ଶୀତଳାପଲ୍ଲୀରେ ବନ୍ଧୁକକୁ ମାଟିରେ ପୋତି ଦେଇଥିଲେ । ବନ୍ଧୁକ ଜବତ କରିବା ପରେ ପୁଲିସ କୋର୍ଟରେ ଦାଖଲ କରିଥିଲା । କୋର୍ଟରୁ ବନ୍ଧୁକ ବାଲିଷ୍ଟିକ୍ ପରୀକ୍ଷା ପାଇଁ ପଠାଯାଇଥିବା ବ୍ରହ୍ମପୁର ଏସ୍ପି ଡା.ସରବଣା ବିବେକ ଏମ୍ କହିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook