ମୁଖ୍ୟ ଖବର
ନୂଆଦିଲ୍ଲୀ: ଟିକେଟ ନ ମିଳିବାରୁ କାନ୍ଦିଲେ ନେତା। କେବଳ ଏତିକି ନୁହେଁ, ନିଜ ଶାର୍ଟ ଚିରି କାନ୍ଦି କାନ୍ଦି ଲାଲୁ ପ୍ରାସଦ ଯାଦବଙ୍କ କାର ପଛରେ ଦୌଡ଼ିବାକୁ ଲାଗିଲେ। ବିହାରର ପାଟନା ଜିଲାରେ ରବିବାର ଏଭଳି ଏକ ହାଇଡ୍ରାମା ଦେଖିବାକୁ ମିଳିଛି।
ବିହାର ନିର୍ବାଚନ ପାଇଁ ଆରଜେଡି ପକ୍ଷରୁ ଟିକେଟ ବଣ୍ଟନ କରାଯାଇଛି। ହେଲେ ଦଳର ବରିଷ୍ଠ ନେତା ମଦନ ଶାହଙ୍କୁ ଦଳ ଟିକେଟ ଦେଇନାହିଁ। ଏଥିପାଇଁ ସେ ଲାଲୁଙ୍କୁ ଭେଟିବାକୁ ଯାଇଥିଲେ। ହେଲେ ତାଙ୍କୁ ସୁଯୋଗ ଦିଆ ନ ଯିବାରୁ ସେ ନିଜ ଶାର୍ଟ ଚିରି କାନ୍ଦିବାକୁ ଲାଗିଥିଲେ। ଲାଲୁ କାରରେ ବାହାରକୁ ଯିବା ସମୟରେ ତାଙ୍କ ଗାଡ଼ି ପଛରେ ଦୌଡ଼ି ଦୌଡ଼ି ପିଛା ବି କରିଥିଲେ।
ମଦନ ଅଭିଯୋଗ କରିଛନ୍ତି ଯେ, ସେ ୨ କୋଟି ୭୦ ଲକ୍ଷ ଟଙ୍କା ନ ଦେବାରୁ ତାଙ୍କ ଟିକେଟ କାଟି ଦିଆଯାଇଛି। ଲାଲୁ ତାଙ୍କୁ ଟିକେଟ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଆରଜେଡି ନେତା ସଞ୍ଜୟ ଯାଦବ ଟିକେଟ ପାଇଁ ୨ କୋଟି ୭୦ ଲକ୍ଷ ଟଙ୍କା ଦାବି କରିଥିଲେ। ମୁଁ ଟଙ୍କା ଦେବାକୁ ମନା କରିବାରୁ ତାଙ୍କ ଟିକେଟ କାଟି ଅନ୍ୟ ଜଣଙ୍କୁ ଦିଆଯାଇଛି।
Comments ସମସ୍ତ ମତାମତ 0