Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନୂଆପଡ଼ାରେ ବିଜେଡିର ଶକ୍ତି ପ୍ରଦର୍ଶନ

    Share on :
    ajab-Image
    Date: Oct 19, 2025    Views: 4588

    ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ପାଇଁ କମ୍ପୁଛି କ୍ୟାମ୍ପେନ ମଇଦାନ । ତିନି ପ୍ରମୁଖ ଦଳ ନେତା ମାନେ ନିଜ ନିଜର ପ୍ରାର୍ଥୀଙ୍କ କସରତ ଆରମ୍ଭ କରିଦେଲେଣି । ନୂଆପଡ଼ାରେ ବିଜେଡି ଆସନ୍ତାକାଲି ଅର୍ଥାତ୍ ନାମାଙ୍କନ ଶେଷ ଦିନରେ ପ୍ରାର୍ଥିପତ୍ର ଦାଖଲ କରିବ । ଏହା ପୂର୍ବରୁ ରବିବାର ବିଜେଡି ପକ୍ଷରୁ ନୂଆପଡ଼ାରେ ପଦଯାତ୍ରା ଆରମ୍ଭ ହୋଇଯାଇଛି । ଏହି ଅବସରରେ ବିଜେଡିପ ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଜୁ ଜନତା ଦଳର ନୂଆପଡ଼ା ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ । ସେ ପ୍ରଥମେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କୁ ପ୍ରମାଣ କରି ଆଗକୁ ବଢ଼ିଥିଲେ  ।

    ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ‘ନୂଆପଡ଼ାରେ ଆଜି ଇତିହାସ ସୃଷ୍ଟି ହୋଇଛି। ଅନ୍ୟ ଦଳ ବିଜେଡିକୁ ଦୁର୍ବଳ ବୋଲି ଭାବୁଥିଲେ। ହେଲେ ଏ ଜନସମର୍ଥନ ଦେଖି ସେମାନେ ଭୟବିତ । ମୁଁ ନୂଆପଡ଼ାର ଭାଣିଜୀ। ଆପଣଙ୍କ ସହ ମିଶି ପୂର୍ବରୁ କାମ କରିଛି। ସୁନା ଦେଇ ମନ୍ଦିର ଉନ୍ନତି ଏବଂ ବିଜୁ ଏକ୍ସପ୍ରେସ ୱେ ବିଜେଡି ସରକାର ସମୟରେ ହୋଇଛି। ନୂଆପଡ଼ାର ସବୁ ଜନତା ନବୀନ ବାବୁଙ୍କୁ ଭଲ ପାଆନ୍ତି। ଦଳରୁ କିଏ ଗଲା, କିଏ ଆସିଲା ତାହାର କୌଣସି ଅର୍ଥ ନାହିଁ । ଯିଏ ଗଲା ସିଏ ଗଲା। ମୁଁ ଆପଣଙ୍କୁ ମୋର ପରିବାର ବୋଲି ଭାବେ । ବିଜେପି କହୁଛି ମୁଁ ଆଜି ଉଡି ଆସିଛି, କାଲି ପଳେଇବି। ହେଲେ ସେମାନେ ଜାଣିବା ଦରକାର ମୁଁ ନବୀନ ବାବୁଙ୍କ ନେତା । କେବେ ଧୋକା ଦେବି ନାହିଁ’  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook