ମୁଖ୍ୟ ଖବର
ଅଯୋଧ୍ୟା: ଗିନିଜ୍ ରେକର୍ଡ ଉପରେ ଅଯୋଧ୍ୟାର ନଜର। ଆଜି ପ୍ରଜ୍ବଳିତ ହେବ ୨୬ଲକ୍ଷରୁ ଅଧିକ ଦୀପ। ଆଜିଠାରୁ ଅଯୋଧ୍ୟାରେ ଦୀପୋତ୍ସବ ପାଳନ ହେବାକୁ ଯାଉଛି। ଏହି ସ୍ବତନ୍ତ୍ର ଦିନକୁ ପାଳନ କରିବା ପାଇଁ ୟୁପି ସରକାର ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଚଳିତ ବର୍ଷ ୨୬ ଲକ୍ଷରୁ ଅଧିକ ଦୀପ ସହିତ ଦୀପୋତ୍ସବ ପାଳନ ହେବ। ଏଭଳି କରି ଗିନିଜ୍ ବୁକ୍ରେ ନାମ ଲେଖାଇବା ପାଇଁ ୟୁପି ସରକାର ପ୍ରସ୍ତୁତ ହେଉଥିବାେ ଜଣାଯାଇଛି।
ମିଳିଥିବା ସୂଚନା ମୁତାବକ, ଆଜି ମୋଟ ୨୬,୧୧,୧୦୧ ଦୀପ 'ରାମ କି ପୈଦି' ଏବଂ ୫୬ଟି ଘାଟକୁ ଆଲୋକିତ କରିବ, ଯାହା ଉପସ୍ଥିତ ଲୋକଙ୍କ ପାଇଁ ଏକ ଦିବ୍ୟ ଦୃଶ୍ୟ ହେବ। ଏହା କେବଳ ଆଖିକୁ ଚମକାଇବ ନାହିଁ ବରଂ ପ୍ରଭୁ ଶ୍ରୀରାମଙ୍କ ଭକ୍ତିରେ ହୃଦୟକୁ ମଧ୍ୟ ପରିପୂର୍ଣ୍ଣ କରିବ। ଏହି ଦୀପଗୁଡ଼ିକର ଆଲୋକ ବିଶ୍ୱ ମଞ୍ଚରେ ଅଯୋଧ୍ୟାର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ମହିମାକୁ ଉଜ୍ଜ୍ୱଳ କରିବ ବୋଲି ଆଶା କରାଯାଉଛି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଆୟୋଜିତ ଦୀପୋତ୍ସବ ବିଶ୍ୱାସ, ଏକତା ଏବଂ ଭକ୍ତିର ପ୍ରତୀକ ଅଟେ। ଏହି ଉତ୍ସବ ଆଧ୍ୟାତ୍ମିକତା ଏବଂ ପର୍ୟ୍ୟଟନର କେନ୍ଦ୍ର ଭାବରେ ଅଯୋଧ୍ୟାର ପରିଚୟକୁ ବିଶ୍ୱ ସ୍ତରରେ ସୁଦୃଢ଼ କରିଛି।
Comments ସମସ୍ତ ମତାମତ 0