Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିହାର ବିଧାନସଭା ନିର୍ବାଚନ-2025: ପ୍ରଥମ ପର୍ଯ୍ୟାୟ ମୈଦାନରେ 1198 ପ୍ରାର୍ଥୀ

    Share on :
    ajab-Image
    Date: Oct 19, 2025    Views: 4581

    ପାଟନା: ବିହାର ବିଧାନସଭା ନିର୍ବାଚନ-2025 ପ୍ରଥମ ପର୍ଯ୍ୟାୟ ପାଇଁ ରଣକ୍ଷେତ୍ର ଏକ ପ୍ରକାର ପ୍ରସ୍ତୁତ ହୋଇଯାଇଛି । 18 ଜିଲ୍ଲାର 121 ଆସନ ପାଇଁ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ 1198 ଆଶାୟୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଫିଲ୍ମ, ସଙ୍ଗୀତ ଏବଂ ରାଜନୀତି ତିନି କ୍ଷେତ୍ରରୁ ଚର୍ଚ୍ଚିତ ଚେହେରା ଏବେ ମୈଦାନରେ । ଭାରତୀୟ ଜନତା ପାର୍ଟିର ପ୍ରଦେଶ ଅଧ୍ୟକ୍ଷ ଦୀଲିପ ଜାୟସବାଲଙ୍କୁ ବାଦ ଦେଲେ ସ୍ଥାନୀୟ ସମସ୍ତ ବରିଷ୍ଠ ନେତା ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ।ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ମାଧୌରା ଆସନରୁ ଏଲଜେପି ରାମବିଳାସ ପାଶୱାନର ପ୍ରାର୍ଥୀ ସୀମା ସିଂହଙ୍କ ନାମାଙ୍କନ ବାତିଲ ହୋଇ ଯାଇଛି । ଏହି ନାମାଙ୍କନ ବାତିଲ ଏନଡିଏ ପାଇଁ ଏକ ବଡ଼ ଝଟକା । ଉପ-ପ୍ରାଦେଶିକ ନିର୍ବାଚନ ଅଧିକାରୀ (DPRO)ଙ୍କ ସୂଚନା ଅନୁସାରେ, ନାମାଙ୍କନ ପତ୍ରରେ ତ୍ରୁଟି ଯୋଗୁଁ ତାଙ୍କୁ ନାମାଙ୍କନ ବାତିଲ କରାଯାଇଛି। ଏବେ ଏହି ଆସନ ପାଇଁ ଆରଜେଡି ଏବଂ ଜନ ସୂରଜଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ।ବିହାର ବିଜେପିର ପୂର୍ବତନ ଅଧ୍ୟକ୍ଷ ତଥା ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଦୀର୍ଘ ଦିନ ପରେ ମୈଦାନକୁ ଓହ୍ଲାଇଛନ୍ତି । ଶେଷଥର ପାଇଁ ସେ 2010ରେ ବିଧାନସଭା ସିଟରୁ ଲଢିଥିଲେ । ସେତେବେଳେ ସେ ରାଷ୍ଟ୍ରୀୟ ଜନତା ଦଳରୁ ବିଧାୟକ ହୋଇଥିଲେ । ଏଥର ସେ ନିଜ ଗୃହ କ୍ଷେତ୍ର ତାରାପୁରରୁ ଲଢିବେ ।ଭାରତୀୟ ଜନତା ପାର୍ଟି ପୂର୍ବତନ ଆଇପିଏସ ଆନନ୍ଦ ମିଶ୍ରାଙ୍କୁ ଏଥର ଟିକେଟ ଦେଇଛି । ଆନନ୍ଦ ମିଶ୍ରା ଲୋକସଭା ନିର୍ବାଚନ ବେଳେ ମଧ୍ୟ ଟିକେଟ ଆଶାୟୀ ଥିଲେ । ହେଲେ ତାଙ୍କୁ ଟିକେଟ ମିଳି ନ ଥିଲା। ସେତେବେଳେ ସେ ନିର୍ଦ୍ଦଳୀୟ ଭାବେ ଲଢିଥିଲେ । ସେତେବେଳେ ଆନନ୍ଦଙ୍କୁ 47 ହଜାରରୁ ଅଧିକ ଭୋଟ ମିଳିଥିଲା । ନିର୍ବାଚନ ହାରିବା ପରେ ଜନ ସୁରାଜ ପାର୍ଟିରେ ସାମିଲ ହୋଇଥିଲେ । ଏହାର ଅଳ୍ପ ଦିନ ପରେ ସେ ଭାରତୀୟ ଜନତା ପାର୍ଟି ସାମିଲ ହୋଇଥିଲେ । ଏଥର ସେ ବକ୍ସର ବିଧାନସଭା ଆସନରୁ ନିର୍ବାଚନ ଲଢିବେ ।ଭାରତୀୟ ଜନତା ପାର୍ଟି କଳାକାରଙ୍କୁ ମଧ୍ୟ ମୈଦାନକୁ ଓହ୍ଲାଇଛି । ଭାରତୀୟ ଜନତା ପାର୍ଟି ଲୋକ ଗାୟିକା ମୈଥିଲି ଠାକୁରଙ୍କୁ ଏଥର ନିର୍ବଚନୀ ରଣକ୍ଷେତ୍ରକୁ ଓହ୍ଲାଇଛି । 2020 ନିର୍ବାଚନରେ ଅଲିପୁର ବିଧାନସଭା ସିଟରେ ବିକାଶଶୀଳ ଇନ୍ସାନ ପାର୍ଟିରୁ ମିଶ୍ରିଲାଲା ଯାଦବ ନିର୍ବାଚନ ଜିତିଥିଲେ । ପରେ ସେ ବିଜେପିରେ ସାମିଲ ହୋଇଥିଲେ । ହେଲେ ତାଙ୍କର ମେଣ୍ଟ ବିରୋଧୀ ଗତିବିଧିକୁ ଦେଖିବା ପରେ ଏଥର ଟିକେଟ ମିଳି ନ ଥିଲା । ତେଣୁ ଏଥର ଅଲି ନଗର ଆସନରୁ ମୈଥିଲି ଠାକୁରଙ୍କୁ ଟିକେଟ ଦିଆଯାଇଛି ।ରାଷ୍ଟ୍ରୀୟ ଜନତା ଦଳର ଦ୍ୱୀତିୟ ବରିଷ୍ଠ ନେତା ତେଜସ୍ୱୀ ଯାଦବ ଯଥା ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଏଥର ତୃତୀୟ ଥର ପାଇଁ ନିର୍ବାଚନକୁ ଓହ୍ଲାଇଛନ୍ତି । ସେ ପୁଣି ରାଧୋପୁର ବିଧାନସଭା ଆସନରୁ ଲଢୁଛନ୍ତି । ସେ ପୂର୍ବରୁ 2015 ଏବଂ 2020ରେ ଏହି ଆସନରୁ ଜିତି ଆସିଛନ୍ତି । ଏଥର ଜିତିଲେ ହାଟ୍ରିତ ମାରିବେ ତେଜସ୍ୱୀ । ଭାରତୀୟ ଜନତା ପାର୍ଟିର ପୂର୍ବତନ ବିଧାୟକ ସତୀଶ ଯାଦବଙ୍କ ସହ ତେଜସ୍ୱୀଙ୍କର ମୁକାବିଲା ହେବ ।

    ଛପରା ବିଧାନସଭା ଆସନରୁ ରାଷ୍ଟ୍ରୀୟ ଜନତା ଦଳରରୁ ଭୋଜପୁରୀ ଷ୍ଟାର ଖେସାରୀ ଲାଲ ଯାଦବ ନାମାଙ୍କନ ଭରିଛନ୍ତି । ପ୍ରଥମେ ଶୁଣା ଯାଉଥିଲା ତାଙ୍କର ପତ୍ନୀ ଚନ୍ଦ୍ରା ଦେବୀ ଏହି ଆସନରୁ ଲଢିବେ ବୋଲି । ହେଲେ ପରେ ସେ ଏଥିରୁ ଓହରି ଯାଇଥିଲେ ଏବଂ ଖେସାରୀ ଲାଲ ପ୍ରାର୍ଥୀ ହୋଇଥଲେ । ଏହି ଆସନରେ ଏବେ ବିଜେପିର ଡା.ସିଏନ ଗୁପ୍ତା ବିଧାୟକ ଅଛନ୍ତି ।ପ୍ରଥମ ପର୍ଯ୍ୟାୟରେ ପାଟନା ଜିଲ୍ଲାରୁ ସର୍ବାଧିକ ମହିଳା ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓହ୍ଲାଇବେ । ଜିଲ୍ଲାର ମୋଟ 14 ବିଧାନସଭା ଆସନରୁ 211 ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଏମାନଙ୍କ ମଧ୍ୟରୁ 183 ପୁରୁଷ ଏବଂ 28 ଜଣ ମହିଳା ପ୍ରାର୍ଥୀ ଅଛନ୍ତି ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook