ମୁଖ୍ୟ ଖବର
ନନ୍ଦୁରବାର: ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା । ଘାଟିରୁ ଖାଇକୁ ଗାଡି ଖସି ପଡ଼ିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା।ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି।
ସମସ୍ତ ଯାତ୍ରୀ ଅସ୍ତବା ଦେବୀଙ୍କ ଦର୍ଶନ ପାଇଁ ଯାଇଥିଲେ। ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବାହନ ଚାଳନ ନିଜର ନିୟନ୍ତ୍ରଣ ହରାଇ ବସିଥିଲେ। ପୋଲସର କହିବା ଅନୁସାରେ, ଖାଇ ଖୁବ୍ ଗଭୀର ଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସମସ୍ତ ଯାତ୍ରୀ ଭିତରୁ ବାହାକୁ ଖସି ପଡିଥିଲେ। ସେଭଳି ବାହନଟି ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛି।
ରିପୋର୍ଟ ଅନୁସାରେ, ନନ୍ଦୁରବାର ଜିଲ୍ଲାର ସାହାଦା ପୋଲିସ ଷ୍ଟେସନ୍ ଅନ୍ତର୍ଗତ ଅଞ୍ଚଳରେ ଦୁର୍ଘଟଣା ଘଟିଛି। ନନ୍ଦୁରବାର ପୋଲିସର କହିବା ଅନୁସାରେ, ଗାଡି ଚାନ୍ଦଶାଳୀ ଘାଟିରୁ ଏକ ଖାଇକୁ ଖସି ପଡ଼ିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆଠ ଜଣ ଆହତ ହୋଇଛନ୍ତି।
Comments ସମସ୍ତ ମତାମତ 0