ମୁଖ୍ୟ ଖବର
ନୂଆଦିଲ୍ଲୀ: ଖାଦ୍ୟରୁ ବାହାରିଲା ଚୁଟି । ଜରିମାନ ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଜଣେ ବିମାନ ଯାତ୍ରୀଙ୍କ ଖାଇ ପ୍ୟାକେଟ୍ରୁ କେଶ ବାହାରିଥିଲା । ଏ ନେଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାର ଶୁଣାଣି କରି ଜରିମାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ମାଡ୍ରାସ ହାଇକୋର୍ଟ ଜଣେ ବିମାନ ଯାତ୍ରୀଙ୍କ ଖାଇବାରୁ ଚୁଟି ବାହାରିବା ନେଇ ଏକ ମାମଲାର ଶୁଣାଣି କରିଛନ୍ତି । ଏୟାର ଇଣ୍ଡିଆ ଉପରେ ୩୫ ହଜାର ଟଙ୍କା ଫାଇନ୍ ଲଗାଇଛନ୍ତି । ଜରିମାନାର ଏହି ଟଙ୍କା ଯାତ୍ରୀଙ୍କୁ ଦିଆଯିବ । ଏହି ମାମଲାରେ କୋର୍ଟ ଏୟାର ଇଣ୍ଡିଆକୁ କିଛି ମାତ୍ରାରେ ଆଶ୍ୱସ୍ତି ଦେଇଛି । କାରଣ ତଳ କୋର୍ଟ ୧ ଲକ୍ଷ ଟଙ୍କା ଜରିମାନା ଲଗାଇଥିଲେ ଯାହାକୁ ନେଇ ଏୟାରଇଣ୍ଡିଆ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।
ରିପୋର୍ଟ ଅନୁସାରେ, ଜଷ୍ଟିସ୍ ପି.ବି. ବାଲାଜୀ ଏୟାର ଇଣ୍ଡିଆ ଲିମିଟେଡ ଆବେଦନକୁ ଆଶିଂକ ଭାବେ ଶୁଣାଣି କରି ଆଦେଶ ଜାରି କରିଛନ୍ତି । ଜଷ୍ଟିସ୍ କହିଛନ୍ତି, ''ଏୟାର ଇଣ୍ଡିଆ ଅଧିକାରୀ ଏହି ମାମଲାରେ ଲିଖିତ ବୟାନରେ ଅସଙ୍ଗତ ଏବଂ ଅସ୍ୱାଭାବିକ ଅଛନ୍ତି । ସେମାନେ ଦାବି କରିଥିଲେ କି, ବିମାରେ ୭ ଜଣ କର୍ମଚାରୀ ଉପସ୍ଥିତ ଥିଲେ । କିନ୍ତୁ ଯାତ୍ରୀ କାହାକୁ ବି ଅଭିଯୋଗ କରିନଥିଲେ । ଯାତ୍ରୀଜଣଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ବାନ୍ତି ହେବା ପରି ଲାଗୁଥିଲା । ବିମାନ ଅବତରଣ କରିବା ପରେ, ଜଣେ ବରିଷ୍ଠ କ୍ୟାଟରିଂ ମ୍ୟାନେଜର ଯାତ୍ରୀଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ ହେଲେ ସେ ମନା କରିଥିଲେ । ସେ ସିଧାସଳଖ ବିମାନବନ୍ଦର ପରିଚାଳକଙ୍କ ନିକଟରେ ଅଭିଯୋଗ କରିଥିଲେ । ଯାତ୍ରୀଙ୍କୁ ଦିଆଯାଇଥିବା ଖାଦ୍ୟ ପ୍ୟାକେଟରେ ଚୁଟିଥିଲା । ଅଭିଯୁକ୍ତମାନେ ମାମଲାରୁ ଖସି ପାରିବେ ନାହିଁ । କ୍ଷତିପୂରଣ ଦେବାକୁ ହେବ କୌଣସି ବାହାନା ଚଳିବ ନାହିଁ । ଏୟାର ଇଣ୍ଡିଆ ସ୍ପଷ୍ଟ ଭାବେ ଅବହେଳା କରିଛି ।''
Comments ସମସ୍ତ ମତାମତ 0