Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପାକ୍-ଆଫ୍‌ଗାନିସ୍ତାନ ଯୁଦ୍ଧ ବନ୍ଦ କରିବା ମୋ ପାଇଁ ଅତି ସହଜ: ଟ୍ରମ୍ପ

    Share on :
    ajab-Image
    Date: Oct 18, 2025    Views: 5138

    ଇସଲାମାବାଦ: ଆଫ୍‌ଗାନିସ୍ତାନ ଉପରେ ପାକ୍‌ ବାୟୁସେନା ଶୁକ୍ରବାର ରାତିରେ ପୁଣି ଆକ୍ରମଣ କରିଛି। ୪୮ ଘଣ୍ଟିଆ ଅସ୍ତ୍ରବିରତି ବୃଦ୍ଧି କରିବାକୁ ପାକିସ୍ତାନ ଓ ଆଫଗାନିସ୍ତାନ ସହମତି ପ୍ରକାଶ କରିବାର ମାତ୍ର  କିଛି ଘଣ୍ଟା ପରେ ପାକ୍‌ ସେନା ତା’ର ରଣନୀତି ବଦଳାଇ ଡୁରାଣ୍ଡ ଲାଇନ୍‌ରେ ଅବସ୍ଥିତ ବିଭିନ୍ନ ଜିଲ୍ଲାରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଏଥିରେ ଏକାଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ମୃତକଙ୍କ ମଧ୍ୟରେ ୩ଜଣ ଆଫ୍‌ଗାନିସ୍ତାନ କ୍ରିକେଟର ମଧ୍ୟ ରହିଛନ୍ତି। ପାକିସ୍ତାନର ଏଭଳି ଧୋକାକୁ ଆଫ୍‌ଗାନିସ୍ତାନ ନିନ୍ଦା କରୁଥିବା ବେଳେ ଯୁଦ୍ଧ ବନ୍ଦ କରି ଶାନ୍ତି ଫେରାଇ ଆଉଥିବା ରାଷ୍ଟ୍ରପତି ଏବେ ନିଜର ପ୍ରତିକ୍ରିୟା ରଖିଛନ୍ତି। 
    ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ-ଆଫ୍‌ଗାନିସ୍ତାନ ଯୁଦ୍ଧ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, "ଯଦି ମୋତେ ଏହାକୁ ସମାଧାନ କରିବାକୁ ପଡ଼େ, ତେବେ ଏହା ସମାଧାନ କରିବା ମୋ ପାଇଁ ସହଜ। ଏହା ସହିତ ମୋତେ ଆମେରିକାକୁ ମଧ୍ୟ ଚଳାଇବାକୁ ପଡିବ। କିନ୍ତୁ ମୁଁ ଯୁଦ୍ଧ ‌ଶେଷ କରିବାକୁ ଭଲପାଏ। ଆପଣ ଜାଣନ୍ତି କି କାହିଁକି? କାରଣ ମୁଁ ଲୋକମାନଙ୍କ ଜୀବନ ବଞ୍ଚାଇବାକୁ ପସନ୍ଦ କରେ। ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ମୁଁ ବଞ୍ଚାଇଛି ମଧ୍ୟ ଏବଂ ମୁଁ ଭାବୁଛି ଆମେ ଏହି ଯୁଦ୍ଧକୁ ମଧ୍ୟ ରୋକିବାରେ ସଫଳ ହେବୁ।"

    Maximum 500 characters

    ଦେଶ ବିଦେଶ View all

    Find Us on Facebook