Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜଳିଲା ଗରିବ ରଥ ଏକ୍ସପ୍ରେସ ଟ୍ରେନ

    Share on :
    ajab-Image
    Date: Oct 18, 2025    Views: 4318

    ଚଣ୍ଡୀଗଡ଼: ହୁତୁ ହୁତୁ ହୋଇ ଜଳିଲା ଚଳନ୍ତା ଟ୍ରେନ । ପଞ୍ଜାବର ଅମ୍ରିତସର- ସହର୍ସା ଗରିବ ରଥ ଏକ୍ସପ୍ରେସ (12204)ରେ ଭୟାନକ ଅଗ୍ନିକାଣ୍ଡ । ଆଜି (ଶନିବାର) ସକାଳ ସମୟ 7.30ରେ ଏହି ଅଘଟଣ ଘଟିଥିବା ସୂଚନା ରହିଛି । ଟ୍ରେନଟି ଲୁଧିଆନାରୁ ଦିଲ୍ଲୀ ଯାଉଥିବା ବେଳେ ସରହିନ୍ଦ ରେଳ ଷ୍ଟେସନ ନିକଟରେ ନିଆଁ ଲାଗିଯାଇଥିଲା । ଭାଗ୍ୟବଶତଃ ଏଥିରେ କୌଣସି ବଡ ଧରଣର କ୍ଷତି ହୋଇନାହିଁ । ଅନ୍ୟପଟେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡିନଥିବା ବେଳେ ତଦନ୍ତ ଜାରି ରହିଛି ।
    ଗରିବ ରଥ ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ସାଙ୍ଗେ ସାଙ୍ଗେ 3ଟି ବଗିକୁ ମାଡ଼ିଯାଇଥିଲା ନିଆଁ । ଅମ୍ବାଲାଠୁ ଅଧ କିଲୋମିଟର ଦୂର ସରହିନ୍ଦ ରେଳ ଷ୍ଟେସନ ନିକଟରେ ଟ୍ରେନ ତୁରନ୍ତ ଅଟକିଥିଲା । ନିଜର ଜିନଷପତ୍ର ଛାଡି ପ୍ରାଣ ବିକଳରେ ଟ୍ରେନରୁ ଓହ୍ଲାଇପଡିଲେ ଯାତ୍ରୀ । ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବିଶେଷ କ୍ଷତି ହୋଇନଥିବା ପ୍ରାଥମିକ ସୂଚନା ରହିଛି । ସୌଭାଗ୍ୟବଶତଃ ଏଥିରେ କୌଣସି ବଡ ଧରଣର କ୍ଷତି ହୋଇନାହିଁ ।ଅଗ୍ନିକାଣ୍ଡ ଖବର ପାଇବା ମାତ୍ରେ ପୋଲିସ ଓ ଅଗ୍ନିଶମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିବା ସହ ଉଦ୍ଧାର କାର୍ଯ୍ୟ କରିଥିଲେ । ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ରହିଛି ଓ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।ଏହି ଘଟଣାକୁ ନେଇ ସରହିନ୍ଦ ଜିଆରପି ଏସଏଚଓ ରତନ ଲାଲ କହିଛନ୍ତି, " ଯାତ୍ରୀମାନଙ୍କୁ ସଠିକ ସମୟରେ ସୁରକ୍ଷିତ ବାହାର କରିଯାଇଛି । ଯେଉଁଥିପାଇଁ କୌଣସି ଆହାତ ଖବର ଆସିନାହିଁ । ଅଗ୍ନିକାଣ୍ଡରେ 3ଟି ବଗି କ୍ଷତିଗ୍ରସ୍ତ ହୋଇଛି । ଅନ୍ୟପଟେ କେଉଁ କାରଣରୁ ଏହି ଘଟଣା ଘଟିଲା ତାହା ଜଣା ପଡିନଥିବା ବେଳେ ଏହାର ତଦନ୍ତ ଜାରି ରହିଛି । ସୁରକ୍ଷା ଯାଞ୍ଚ ସରିବା ପରେ ତୁରନ୍ତ ଟ୍ରେନ ଗନ୍ତବ୍ୟ ସ୍ଥଳକୁ ଯିବପାଇଁ ପ୍ରସ୍ତୁତ ହେବ ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook