Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମେହୁଲ ଚୋକ୍‌ସିଙ୍କ ଭାରତ ପ୍ରତ୍ୟର୍ପଣକୁ ଅନୁମୋଦନ

    Share on :
    ajab-Image
    Date: Oct 18, 2025    Views: 4291

    ନୂଆଦିଲ୍ଲୀ:  ପଳାତକ ଘୋଷିତ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କୁ ଭାରତ ପ୍ରତ୍ୟର୍ପଣ ବେଲଜିୟମ୍ କୋର୍ଟ ଶୁକ୍ରବାର ଅନୁମତି ଦେଇଛନ୍ତି। ଏହା ସହିତ ୨୦୨୫ ଏପ୍ରିଲ ୧୧ରେ ଆଣ୍ଟୱେର୍ପ ପୁଲିସ ତାଙ୍କୁ ଯେଉଁ ଗିରଫ କରିଥିଲା ତାକୁ ଅଦାଲତ ବୈଧ ଦର୍ଶାଇଛନ୍ତି। ଚୋକସି ଏବେ ବେଲଜିୟମ୍ ଜେଲ୍‌ରେ ବନ୍ଦୀ ଅଛନ୍ତି। ତାଙ୍କର ଏକାଧିକ ଜାମିନ ଆବେଦନକୁ ଅଦାଲତ ଅଗ୍ରାହ୍ୟ କରିଛନ୍ତି। ବେଲଜିୟମ୍ କୋର୍ଟଙ୍କ ନିଷ୍ପତ୍ତିକୁ ଚୋକସି ହାଇକୋର୍ଟରେ ଚାଲେଞ୍ଜ କରିବାର ସୁଯୋଗ ପାଇବେ। ତେଣୁ ଚୋକସି ଏବେ ଭାରତକୁ ଫେରିବାର ସମ୍ଭାବନା ନାହିଁ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩୦୦୦ କୋଟି ଟଙ୍କା ଠକେଇ ମାମଲାରେ ଚୋକସି ଅଭିଯୁକ୍ତ ଥିବା ବେଳେ ​ସେ ଦେଶ ଛାଡି ପଳାଇଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook