Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହର୍ଷ ସାଂଘଭି

    Share on :
    ajab-Image
    Date: Oct 17, 2025    Views: 4270

    ନୂଆଦିଲ୍ଲୀ: ଗୁଜୁରାଟରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଆଚାର୍ୟ୍ୟ ଦେବବ୍ରତ । ପ୍ରଥମେ ଶପଥ ଗ୍ରହଣ କରିଛନ୍ତି ହର୍ଷ ସାଂଘଭି । ସେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପ୍ରଥମେ ଗୃହମନ୍ତ୍ରୀ ଥିବା ହର୍ଷ ସାଂଘଭି ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ମଧ୍ୟାହ୍ନ ୧୨ଟା ୩୦ରେ ଗାନ୍ଧୀନଗରର ମହାତ୍ମା ମନ୍ଦିରରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ହର୍ଷଙ୍କ ସହି ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଶପଥ ନେଉଛନ୍ତି ।

    ଗୁରୁବାର ଦିନ ଗୁଜୁରାଟରେ ହଠାତ୍ ଏକ ବଡ ରାଜନୈତିକ ହଇଚଇ ହୋଇଥିଲା । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ କ୍ୟାବିନେଟର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିଲେ ।  ସୂଚନା ଅନୁସାରେ କେନ୍ଦ୍ରୀୟ ନେତୃତ୍ଵଙ୍କ ନିର୍ଦେଶରେ ଏହି ନିଷ୍ପତ୍ତି ନିଆଯାଇଥିଲା ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook