Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ରାସ୍ତାରେ ପଇଡ଼ ପିଇଲେ ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Oct 13, 2025    Views: 3927

    ପୁରୀ: ପୁରୀ ଯିବା ବାଟରେ ସତ୍ୟବାଦୀ ନିକଟରେ ପଇଡ଼ ପିଇ​‌ଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପଇଡ଼ ପଇବା ବେଳେ ବ୍ୟବସାୟୀ ଶ୍ରୀଧର ମହାପାତ୍ର ସହ କଥା ହୋଇଥିଲେ । ବ୍ୟବସାୟ କିପରି ଚାଲିଛି ବୋଲି ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ । ସେପଟେ ବର୍ଷା ହେଉଥିବାରୁ ବେପାର କମ୍ ହେଉଛି ବୋଲି ଶ୍ରୀଧର କହିଥିଲେ। ମହାବାତ୍ୟା ପରଠୁ ସାକ୍ଷୀଗୋପାଳରେ ନଡ଼ିଆ ଉତ୍ପାଦନ କମିଛି । ୧୯୯୯ ମହାବାତ୍ୟାରେ ଅନେକ ଗଛ ମରିଯାଇଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପଇଡ଼ ପିଇବା ପରେ ଶ୍ରୀଧରଙ୍କୁ ପ୍ରଶଂସା କରିବା ସହିତ ଦୁଇଟି ୫ଶହ ଟଙ୍କିଆ ବଢ଼ାଇ ଦେଇଥିଲେ ।

    ସୂଚନା ଅନୁଯାୟୀ, ସୋମବାର ମଧ୍ୟାହ୍ଣରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁରୀ ଯାଇଛନ୍ତି । ସେଠରେ ସେ ପ୍ରଥମେ ଶ୍ରୀସଦାଶିବ ପରିସରରେ ଆୟୋଜିତ ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ ସନ୍ଦର୍ଭରେ ଭାରତୀୟ ଜ୍ଞାନ ପରମ୍ପରା  କାର୍ୟ୍ୟକ୍ରମରେ ଯୋଗଦାନ ଦେବେ । ଅପରାହ୍ଣ ୪ଟା ୪୫ରେ ନରେନ୍ଦ୍ରକୋଣସ୍ଥିତ  ବୃନ୍ଦାବତୀ ନିବାସକୁ ଯାଇ ହବିଷ୍ୟାଳିମାନଙ୍କୁ ଭେଟି ଭଲମନ୍ଦ ବୁଝିବାର କାର୍ୟ୍ୟକ୍ରମ ରହିଛି।

    Maximum 500 characters

    ତାଜା ଖବର View all

    Find Us on Facebook