Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନଦୀରେ ବୁଡ଼ିଗଲେ ୨ ନାବାଳକ

    Share on :
    ajab-Image
    Date: Oct 12, 2025    Views: 4253

    ବୟାଳିଶମୌଜା: ସିଢୁଆ ନଦୀରେ ଗାଧୋଇବା ବେଳେ ୨ଜଣ ନାବାଳକ ବୁଡ଼ି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ନିଖୋଜ ରହିଥିବା ବେଳେ ଜଣଙ୍କୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି । ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

    ସୂଚନା ମୁତାବକ, ରବିବାର ବୟାଳିଶମୌଜା ଅଞ୍ଚଳର ଦୁଇ ନାବାଳକ ଦିନ ୧୨ଟାରେ ସିଢୁଆ ନଦୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଅସାବଧାନତା ଯୋଗୁଁ ଜଣେ ନାବଳକ ବୁଡି ଯାଇଥିଲେ । ତାଙ୍କୁ ବଞ୍ଚାଇବା ପାଇଁ ଯାଇ ଅନ୍ୟ ଜଣେ ବି ବୁଡି ଯାଇଥିଲେ । ଉଭୟଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ବଞ୍ଚାଇବା ପାଇଁ ଚେଷ୍ଟା କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ନଦୀ ନିକଟରେ ପହଞ୍ଚି ଜଣଙ୍କୁ ଉଦ୍ଧାର କରି ଏସସିବି ଭର୍ତ୍ତି କରାଯାଇଛି । ଅନ୍ୟଜଣେ ନାବାଳକ ଏବେ ବି ନିଖୋଜ ରହିଛନ୍ତି । ଅଗ୍ନିଶମ ବାହିନୀ ତାଙ୍କୁ ଖୋଜାଖୋଜି କରୁଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook