Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିହାର ନିର୍ବାଚନ: କଂଗ୍ରେସର ୩୬ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ

    Share on :
    ajab-Image
    Date: Oct 11, 2025    Views: 4099

    ନୂଆଦିଲ୍ଲୀ: ବିହାର  ବିଧାନସଭା ନିର୍ବାଚନ ଲାଗି ମହାମେଣ୍ଟରେ ଆସନ ବୁଝାମଣା ପ୍ରକ୍ରିୟା ଜାରି ରହିଛି ।  ମହାମେଣ୍ଟର ପ୍ରମୁଖ ଦଳ କଂଗ୍ରେସ ଏହାର  ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଚୂଡାନ୍ତ କରିଥିବା  ସୂଚନା ମିଳିଛି । ଏହି ତାଲିକାରେ ୩୬ ଜଣଙ୍କ  ନାଁ ସ୍ଥାନ ପାଇଛି । କିନ୍ତୁ ଦଳ ପକ୍ଷରୁ ବିଧିବଦ୍ଧ  ଭାବେ ଘୋଷଣା କରାଯାଇନାହିଁ ।ସୂଚନା ଅନୁସାରେ କଂଗ୍ରେସର ସ୍କ୍ରିନିଂ  କମିଟି ବୈଠକ ଆଜି ଅନ୍‌ଲାଇନରେ ଅନୁଷ୍ଠିତ  ହୋଇଥିଲା । ନୂଆଦିଲ୍ଲୀରେ ବସିଥିବା ଏହି  ବୈଠକରେ ପାଟନାରୁ ଦଳର ରାଜ୍ୟ ପ୍ରଭାରୀ  କ୍ରିଷ୍ଣା ଆଲାୱରୁ, ରାଜ୍ୟ ସଭାପତି ରାଜେଶ  ରାମ, ବିଧାୟକ ଦଳ ନେତା ସକିଲ ଅହମ୍ମଦ  ଖାନ ଓ ଅନ୍ୟାନ୍ୟ ନେତାମାନେ ସାମିଲ  ହୋଇଥିଲେ । ବୈଠକ ପୂର୍ବାହ୍ନ ୧୧ଟାରୁ  ଆରମ୍ଭ ହୋଇ ରାତି ୮ଟା ପର୍ୟ୍ୟନ୍ତ ଚାଲିଥିଲା ।  ବିଭିନ୍ନ ନିର୍ବାଚନମଣ୍ଡଳୀରୁ ଆସିଥିବା ଆଶାୟୀ  ପ୍ରାର୍ଥୀଙ୍କ ଆବେଦନ ଫର୍ମକୁ ଭଲ ଭାବେ  ଯାଞ୍ଚ କରାଯାଇଥିଲା । ସେଥିରୁ କିଛି ପ୍ରାର୍ଥୀଙ୍କ  ନାମରେ ମୋହର ଲାଗିଛି । କୁହାଯାଉଛି କି  ପ୍ରଥମ ପର୍ୟ୍ୟାୟରେ ଦଳର ୩୬ ଜଣ ପ୍ରାର୍ଥୀଙ୍କ  ନାମକୁ ଅନୁମୋଦନ କରାଯାଇଛି । ଖୁବଶୀଘ୍ର  ସେମାନଙ୍କ ନାମ ଘୋଷଣା କରାଯିବା ସହ  ଦଳୀୟ ଚିହ୍ନ ପ୍ରଦାନ କରାଯିବ ।ବିଶେଷ ସୂତ୍ରରୁ ମିଳିଥିବା ସୂଚନା  ଅନୁସାରେ ମହାମେଣ୍ଟରେ ଦିନେ ଦୁଇଦିନ  ଭିତରେ ଆସନ ବୁଝାମଣା ଚୂଡାନ୍ତ ହେବ ।  ଆସନ ଚୂଡାନ୍ତ ହେବା ପରେ କଂଗ୍ରେସ ତାର  ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ବିଧିବଦ୍ଧ  ଭାବେ ଘୋଷଣା କରିବ । ଆସନ୍ତା ୧୫  ତାରିଖ ପରେ କଂଗ୍ରେସ ପକ୍ଷରୁ ଦ୍ୱିତୀୟ  ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଜାରି କରାଯିବ ବୋଲି  ସୂଚନା ମିଳିଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook