ମୁଖ୍ୟ ଖବର
ନୂଆଦିଲ୍ଲୀ: ମୋଦୀ ଓ ଟ୍ରମ୍ପ ପୁଣି କଥା ହୋଇଛନ୍ତି । ଏ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ନିଜ ଏକ୍ସ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଗାଜାରେ ଶାନ୍ତା ଫେରାଇ ଆଣିବା ପାଇଁ ଟ୍ରମ୍ପଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଥିବା କଥା ଏଥିରେ ପ୍ରକାଶ କରାଯାଇଛି । ଏହା ସହ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ କାରବାର ସମ୍ପର୍କରେ ମଧ୍ୟ ଏଥିରେ ଆଲୋଚନା ହୋଇଥିଲା ।
ମୋଦୀ ନିଜ ବନ୍ଧୁ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଥିବା କଥା ଏଥିରେ ଉଲ୍ଲେଖ କରିଛନ୍ତି ।ଆସନ୍ତା କିଛି ସପ୍ତାହ ମଧ୍ୟରେ ଦୁଇ ଦେଶ ପରସ୍ପର ଉତ୍ତମ ସମ୍ପର୍କ ରଖି କାର୍ୟ୍ୟ କରିବେ ବୋଲି ଆଲୋଚନା ହୋଇଥିବା କଥା ମୋଦୀ ଏଥିରେ ପ୍ରକାଶ କରିଛନ୍ତି ।
ଗାଜାରେ ଶାନ୍ତି ଫେରାଇ ଆଣିବା ପାଇଁ ୨୦ ଜଣ ଇସ୍ରାଏଲ୍ ପଣବନ୍ଦୀଙ୍କ ବଦଳରେ ଇସ୍ରାଏଲ୍ ୨ହଜାର ପାଲେଷ୍ଟାଇନ୍ ନାଗରିକଙ୍କୁ ପ୍ରତ୍ୟାର୍ପଣ କରିବ । ୭୨ ଘଣ୍ଟା ମଧ୍ୟରେ ଏହା କାର୍ୟ୍ୟ କରିବ । ହାମାସ ମଧ୍ୟ ଶାନ୍ତି ଚୁକ୍ତିରେ ସମର୍ଥନ କରିଛି । ଗାଜାରେ ଯୁଦ୍ଧ ବନ୍ଦ କରିବା ପାଇଁ ଏହା କ ପଦକ୍ଷେପ ବୋଲି ହାମାସ୍ ପକ୍ଷରୁ କୁହାଯାଇଛି । ହାମାସ୍ ପକ୍ଷରୁ ଟ୍ରମ୍ପଙ୍କୁ ଏଥିପାଇଁ ଧନ୍ୟବାଦ ଦିଆଯାଇଛି ।
Comments ସମସ୍ତ ମତାମତ 0